ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଯୁବ ଓ ଯୁବ ନେତୃତ୍ୱାଧୀନ ବିକାଶ ପାଇଁ ଏକ ନୂତନ ସ୍ୱୟଂଶାସିତ ସଂସ୍ଥା ‘ମେରା ଯୁବ ଭାରତ’ ମଞ୍ଚର ଶୁଭାରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଘୋଷଣା କରିଛନ୍ତି। ଏକ ବିକଶିତ ଭାରତ ଗଠନରେ ଭାରତର ଯୁବଶକ୍ତିକୁ ଏକାଠି କରିବା ପାଇଁ ଏହା ଏକ ଅନନ୍ୟ ପ୍ରୟାସ। ୧୫ରୁ ୨୯ ବର୍ଷ ବୟସର ଯୁବକଯୁବତୀମାନେ ଏହି ପ୍ଲାଟଫର୍ମର ଲାଭ ଉଠାଇପାରିବେ ବୋଲି ଉଲ୍ଲେଖ କରି କେନ୍ଦ୍ର କ୍ୟାବିନେଟ ପ୍ରାୟ ୧୫ ଦିନ ତଳେ ଘୋଷଣା କରିଥିଲା ଯେ ସରକାର ଯୁବକମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା ବିକାଶ କରିବା ଉଦ୍ଦେଶ୍ୟରେ ଏକ ପ୍ଲାଟଫର୍ମ ଗଠନ କରିବେ ଯାହାଦ୍ୱାରା ସେମାନଙ୍କୁ ସାମାଜିକ ଉଦ୍ଭାବକ ଏବଂ ସମ୍ପ୍ରଦାୟଗୁଡ଼ିକର ନେତା କରାଯାଇପାରିବ। ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀକୁ ମନେ ପକାଇବା ସହ ମୋଦୀ ତାଙ୍କୁ ‘ହୃଦୟରୁ ଶ୍ରଦ୍ଧାଞ୍ଜଳି’ ଜଣାଇଥିଲେ। ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ‘ଭୋକାଲ୍ ଫର୍ ଲୋକାଲ୍’ ହେବା ପାଇଁ ନିଜର ଆହ୍ୱାନକୁ ଦୋହରାଇଥିଲେ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Next Post