କୋଚି ବିସ୍ଫୋରଣ ପରେ ଜଣେ ଅଭିଯୁକ୍ତର ଆତ୍ମସମର୍ପଣ

କୋଚି: କେରଳ ଏର୍ଣ୍ଣାକୁଲମରେ ବଡ଼ ଧରଣର ବିସ୍ଫୋରଣକୁ ନେଇ ଗୃହମନ୍ତ୍ରଣାଳୟ ତଦନ୍ତ ନିର୍ଦେଶ ଦେଇଛି । ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବାବେଳେ ୨୩ରୁ ଅଧିକ ଆହତ ହୋଇଛନ୍ତି । ଏର୍ଣ୍ଣାକୁଲମର କାଲାମସେରୀସ୍ଥିତ ଏକ କନଭେନସନ ସେଣ୍ଟରରେ ଆତଙ୍କୀ ହମଲା ଆଶଙ୍କା କରାଯାଉଛି । କନଭେନସେଣ୍ଟରରେ ୩ଟି ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।  ବିସ୍ଫୋରଣ ପରେ ଘଟଣାସ୍ଥଳରେ ବମ୍ବସ୍କ୍ବାଡ ଓ ଫରେନସିକ ଟିମ ଯାଞ୍ଚ କରିଛି । ପ୍ରାର୍ଥନା ଉତ୍ସବରେ ୨ହଜାରରୁ ଅଧିକ ଲୋକ ସମବେତ ହୋଇଥିବାବେଳେ ଏହି ବିସ୍ଫୋରଣ ଘଟିଛି । ଏହି କନଭେନସେଣ୍ଟରରେ ଜିହୋବା ସମ୍ପ୍ରଦାୟ ପକ୍ଷରୁ ବାର୍ଷିକ ସମ୍ମେଳନ ହେଉଥିବାବେଳେ ସେଠାରେ ବିସ୍ଫୋରଣ ଘଟିଥିଲା । କନଭେନସେଣ୍ଟର ଭିତରେ ବିସ୍ଫୋରଣ ଘଟିଥିବାରୁ ଏହା ଏକ ଆତଙ୍କୀ ହମଲା ବୋଲି କୁହାଯାଉଛି । କୋଚିର କଲାମସେରିସ୍ଥିତ ଏକ କନଭେନ୍ସନ୍ ସେଣ୍ଟରରେ ରବିବାର ହୋଇଥିବା ବିସ୍ଫୋରଣ ପାଇଁ ଜଣେ ବ୍ୟକ୍ତି ନିଜକୁ ଦାୟୀ କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ତେବେ ସେ ଏକ ଭିଡିଓ କହୁଛି ଯେ ଏହି ସଂସ୍ଥା ଘୃଣା ସୃଷ୍ଟି କରୁଥିବାରୁ ସେ ଏପରି କରିଛି । ଦେଶ ବିରୋଧରେ ଏପରି ଘୃଣା ସୃଷ୍ଟି କରୁଥିବାରୁ ସେ ବିସ୍ଫୋରଣ ଘଟାଇଛି । ତେବେ ତା କଥାରେ କେତେ ସତ୍ୟତା ରହିଛି ତାହାର ତଦନ୍ତ ଚାଲିଛି ।