ଭି.କେ. ପାଣ୍ଡିଆନଙ୍କ ମେଟ୍ରୋ ରେଳ ପ୍ରକଳ୍ପ ସମୀକ୍ଷା
କଟକ: ଆଜି ମେଟ୍ରୋ ପ୍ରକଳ୍ପର ସମୀକ୍ଷା କରିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ।ନୂଆବର୍ଷରେ ଶିଳାନ୍ୟାସ ହେବ ମେଟ୍ରୋ ରେଳ ପ୍ରକଳ୍ପ । ଜାନୁଆରୀ ପହିଲାରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପ୍ରସ୍ତାବିତ ମେଟ୍ରୋ ଟର୍ମିନାଲ ଓ ତ୍ରିଶୁଳିଆ ଡିପୋରେ ପହଞ୍ଚି ସମୀକ୍ଷା କରିଛନ୍ତି । ଭୁବନେଶ୍ବର ଓ କଟକ ପାଇଁ ତ୍ରିଶୁଳିଆ ହେବ ପରିବହନର ହବ୍ । ଏହି ଅବସରରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । 5T ନୀତି ଆଧାରରରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଭି.କେ. ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଡିପିଆରକୁ ମଞ୍ଜୁରୀ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ କଟକ-ଭୁବନେଶ୍ବରକୁ ସଂଯୋଗ କରୁଥିବା ମେଟ୍ରୋ ପ୍ରକଳ୍ପ ପରବର୍ତ୍ତି ସମୟରେ ଖୋର୍ଦ୍ଧା ଓ ପୁରୀ ପର୍ଯ୍ୟନ୍ତ ସଂପ୍ରସାରିତ ହେବ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଆଗାମୀ ଦିନରେ ତ୍ରିଶୂଳିଆ, ଟୁଇନ୍ ସିଟି କଟକ ଓ ଭୁବନେଶ୍ବର, ବାଙ୍କି ଓ ଆଠଗଡ଼ ମଧ୍ୟରେ ଏକ ଗେଟ୍ ଓ୍ବେ ଭାବେ କାର୍ଯ୍ୟ କରିବ ।