ଧର୍ମଶାଳାରେ ଅଷ୍ଟ୍ରେଲିଆର ଦମଦାର ବିଜୟ

ନ୍ୟୁଜିଲାଣ୍ଡକୁ ୫ ରନରେ ପରାସ୍ତ କରିଛି  ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ  ଦେଇଥିବା ୩୮୯ ରନର ଟାର୍ଗେଟକୁ ହାସଲ କରିପାରିନଥିଲା ନ୍ୟୁଜିଲାଣ୍ଡ । ନ୍ୟଜିଲାଣ୍ଡର ରଚିନ ରବୀନ୍ଦ୍ରଙ୍କ ୧୧୬ ରନର ଅବଦାନ ସତ୍ବେ ଦଳ ପରାସ୍ତ ହୋଇଛି । ୮୯ଟି ବଲରେ ୫ଟି ଛକା ଓ ୯ଟି ଚୌକା ବଳରେ ଶତକ ହାସଲ କରିଥିଲେ ରଚିନ ରବୀନ୍ଦ୍ର । ଡାରିଲ ମିଚେଲ ୫୪ ରନର ଅବଦାନ ଦେଇଥିଲେ । ୫୧ଟି ବଲରେ ୪ଟି ଚୌକା ଓ ଗୋଟିଏ ଛକା ସହ ୫୪ କରିଥିଲେ । ଜେମସେ ନିଶମ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ଫେଲ ମାରିଥିଲେ ।  ଜୋସ ହେଜେଲଉଡ ଓ ପ୍ୟାଟ୍ କମିନସକୁ ୨ଟି ଲେଖାଏଁ ୱିକେଟ ମିଳିଛି । ନ୍ୟୁଜିଲାଣ୍ଡ ଟସ୍ ଜିତି ଅଷ୍ଟ୍ରେଲିଆକୁ ପ୍ରଥମେ ବ୍ୟା୍ଟିଂ କରିବାକୁ ସୁଯୋଗ ଦେଇଥିଲା । ଅଷ୍ଟ୍ରେଲିଆର ହେଡ୍ ସର୍ବାଧିକ ୧୦୯ ରନ କରିଥିଲେ  । ୱାର୍ନର ୮୧ ଓ ମାକ୍ସୱେଲଙ୍କ ୪୧ ରନ କରିଥିଲା ।