ପୁଣି ଥରେ ନିଜ କ୍ୟାରିୟରକୁ କମବ୍ୟାକ କରିବେ ରିୟା ଚକ୍ରବର୍ତ୍ତୀ । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀଙ୍କୁ ୨୮ ଦିନ ଜେଲରେ ରହିବାକୁ ପଡିଥିଲା । ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ ସେ ସ୍ୱର୍ଗତ ଅଭିନେତାଙ୍କ ପାଇଁ ଡ୍ରଗ୍ କିଣୁଥିଲେ । ଏଥି ସହିତ ସୁଶାନ୍ତଙ୍କ ପରିବାର ସଦସ୍ୟ ଅଭିଯୋଗ କରିଥିଲେ ଯେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଦାୟୀ । ତେବେ ବର୍ତ୍ତମାନ ଆସନ୍ତୁ ସେହି ସାକ୍ଷାତକାରକୁ ଆସିବା ଯେଉଁଥିରେ ରିୟା ଜେଲରେ ରହିବା ସମୟର ଅନୁଭୂତି ବିଷୟରେ କହିଥିଲେ । ରିୟା କହିଛନ୍ତି ଯେ ଜେଲରେ ରହୁଥିବା ବ୍ୟକ୍ତିଙ୍କୁ ଏକ ନମ୍ବର କୋଡ ମିଳିଥାଏ , ଯାହା ଦ୍ୱାରା ତାଙ୍କୁ ଚିହ୍ନିତ କରାଯାଇଥାଏ ।
ଜଣେ ଜେଲରେ ଏଥିପାଇଁ ଥାଏ କାରଣ ସମାଜ ତାଙ୍କୁ ପ୍ରତ୍ୟାଖ୍ୟାନ କରିଦେଇଥାଏ । ଯେଉଁଠାରେ ଅଣ୍ଡର-ଟ୍ରାଏଲ କଏଦୀମାନଙ୍କୁ ରଖାଯାଏ ରିୟାଙ୍କୁ ମଧ୍ୟ ସେହି ସ୍ଥାନରେ ରଖାଯାଇଥିଲା । ରିୟା କହିଛନ୍ତି ଯେ ସେ ଜେଲରେ ଅନେକ ମହିଳା କଏଦୀଙ୍କୁ ଭେଟିଥିଲେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହୋଇନଥିଲେ। ରିୟାଙ୍କ କହିବାନୁସାରେ, ସେ ଜେଲରେ ରହିବା ସମୟରେ ମହିଳାମାନଙ୍କ ସହିତ କଥାବାର୍ତ୍ତା କରୁଥିବାବେଳେ ବହୁତ କିଛି ଶିଖିବାକୁ ପାଇଥିଲେ , ଯେପରି ଏହି ମହିଳାମାନେ ଛୋଟ ଛୋଟ ଜିନିଷରେ ଖୁସି ଖୋଜିବା ଶିଖିଯାଇଥିଲେ ।ଏହି ମହିଳାମାନେ ରବିବାର ଦିନ ସିଙ୍ଗଡା ଖାଇବା ଖୁସିରେ ମଧ୍ୟ ନାଚିବାକୁ ଲାଗନ୍ତି । ରିୟା କହିଛନ୍ତି ଯେ ଏହି ମହିଳାମାନେ ଜାଣିଥିଲେ ସୁଖର ମୂହୁର୍ତ୍ତଗୁଡିକ କିପରି ପାଇବେ ଏବଂ ତାକୁ କିପରି ଧରି ରଖିବେ । ଅଭିନେତ୍ରୀଙ୍କ କହିବାନୁସାରେ, ସେ ଜେଲରେ ଦୁନିଆର ସବୁଠାରୁ ଖୁସି ରହୁଥିବା ଲୋକ ମାନଙ୍କୁ ଭେଟିଥିଲେ କିନ୍ତୁ ଅବଶ୍ୟ ଜେଲରେ ବିତାଇଥିବା ସମୟ ତାଙ୍କ ପାଇଁ ନର୍କ ଭଳି ଥିଲା ।
Trending
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
Prev Post