ବିଶ୍ବକପ୍ରେ ପାକିସ୍ତାନ ଲଗାତାର ୩ ମ୍ୟାଚ୍ରେ ପରାଜୟର ସାମ୍ନା କରିଛି। ଏହା ମଧ୍ୟରେ ଆଫଗାନିସ୍ତାନ ବିପକ୍ଷ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ ପ୍ରଶଂସକ ତଥା ଦେଶର କ୍ରିକେଟ୍ ବୋର୍ଡଙ୍କୁ ବିକଳ୍ପ ବ୍ୟବସ୍ଥା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି। ତେଣୁ ବାବର ଆଜମଙ୍କ ନେତୃତ୍ବ ଏବେ ଝୁଲନ୍ତା ସ୍ଥିତିରେ ପହଞ୍ଚିଛି। ପୁଣି ଥରେ ବିଜୟ ଧାରାକୁ ଫେରବାକୁ ହେଲେ ପାକିସ୍ତାନକୁ ଶୁକ୍ରବାର ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବାଧା ପାର୍ କରିବାକୁ ହେବ। ବର୍ତ୍ତମାନସୁଦ୍ଧା ଦକ୍ଷିଣ ଆଫ୍ରିକା ମାତ୍ର ଗୋଟିଏ ମ୍ୟାଚ୍ ହାରିଥିଲେ ସୁଦ୍ଧା ଏହାର ନେଟ୍ ରନ୍ରେଟ୍ ସମସ୍ତଙ୍କଠୁ ଉଚ୍ଚ ରହିଛି। କ୍ବିଣ୍ଟନ ଡି’କକ୍ଙ୍କ ତୃତୀୟ ଶତକ ସହିତ ଦକ୍ଷିଣ ଆଫ୍ରିକା କ୍ରମାଗତ ୩୦୦ରୁ ଊର୍ଦ୍ଧ୍ବ ରନ୍ ସଂଗ୍ରହ କରିବା ପାକିସ୍ତାନକୁ ସତର୍କ ରହିବାକୁ ବାଧ୍ୟ କରିଛି। ତେଣୁ ଚେନ୍ନାଇର ସ୍ପିନ୍ ସହଯୋଗୀ ପିଚ୍ରେ ଦକ୍ଷିଣ ଆଫ୍ରିକାକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ପାକିସ୍ତାନୀ ଖେଳାଳିଙ୍କୁ ସମସ୍ତ ତିନି ବିଭାଗରେ ସଫଳ ହେବାକୁ ପଡ଼ିବ। ନଚେତ୍ ଚତୁର୍ଥ ପରାଜୟ ପାକିସ୍ତାନକୁ ପ୍ରତିଯୋଗିତାରୁ ବିଦାୟ ରାସ୍ତା ଆଡ଼କୁ ନେଇଯିବ।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post