ବିଶ୍ବକପ୍ରେ ପାକିସ୍ତାନ ଲଗାତାର ୩ ମ୍ୟାଚ୍ରେ ପରାଜୟର ସାମ୍ନା କରିଛି। ଏହା ମଧ୍ୟରେ ଆଫଗାନିସ୍ତାନ ବିପକ୍ଷ ଲଜ୍ଜାଜନକ ପରାଜୟ ପରେ ପାକିସ୍ତାନ ପ୍ରଶଂସକ ତଥା ଦେଶର କ୍ରିକେଟ୍ ବୋର୍ଡଙ୍କୁ ବିକଳ୍ପ ବ୍ୟବସ୍ଥା ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି। ତେଣୁ ବାବର ଆଜମଙ୍କ ନେତୃତ୍ବ ଏବେ ଝୁଲନ୍ତା ସ୍ଥିତିରେ ପହଞ୍ଚିଛି। ପୁଣି ଥରେ ବିଜୟ ଧାରାକୁ ଫେରବାକୁ ହେଲେ ପାକିସ୍ତାନକୁ ଶୁକ୍ରବାର ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବାଧା ପାର୍ କରିବାକୁ ହେବ। ବର୍ତ୍ତମାନସୁଦ୍ଧା ଦକ୍ଷିଣ ଆଫ୍ରିକା ମାତ୍ର ଗୋଟିଏ ମ୍ୟାଚ୍ ହାରିଥିଲେ ସୁଦ୍ଧା ଏହାର ନେଟ୍ ରନ୍ରେଟ୍ ସମସ୍ତଙ୍କଠୁ ଉଚ୍ଚ ରହିଛି। କ୍ବିଣ୍ଟନ ଡି’କକ୍ଙ୍କ ତୃତୀୟ ଶତକ ସହିତ ଦକ୍ଷିଣ ଆଫ୍ରିକା କ୍ରମାଗତ ୩୦୦ରୁ ଊର୍ଦ୍ଧ୍ବ ରନ୍ ସଂଗ୍ରହ କରିବା ପାକିସ୍ତାନକୁ ସତର୍କ ରହିବାକୁ ବାଧ୍ୟ କରିଛି। ତେଣୁ ଚେନ୍ନାଇର ସ୍ପିନ୍ ସହଯୋଗୀ ପିଚ୍ରେ ଦକ୍ଷିଣ ଆଫ୍ରିକାକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ପାକିସ୍ତାନୀ ଖେଳାଳିଙ୍କୁ ସମସ୍ତ ତିନି ବିଭାଗରେ ସଫଳ ହେବାକୁ ପଡ଼ିବ। ନଚେତ୍ ଚତୁର୍ଥ ପରାଜୟ ପାକିସ୍ତାନକୁ ପ୍ରତିଯୋଗିତାରୁ ବିଦାୟ ରାସ୍ତା ଆଡ଼କୁ ନେଇଯିବ।
Trending
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
Prev Post
Next Post