ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଏବେ ୪୯ ବର୍ଷର ହୋଇ ସାରିଛନ୍ତି । ଆଜି ମଧ୍ୟ ତାଙ୍କର ସୁନ୍ଦରତା ଲୋକମାନଙ୍କ ମନରେ ରହିଛି । ଆଜି ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରସଂଶକ ଅଛନ୍ତି । ଟିପଟିପ ବର୍ଷା ପାନୀ ପରି ବୋଲ୍ଡ ଗୀତରେ ସେ ପ୍ରସିଦ୍ଧି ଲାଭ କରିଥିଲେ । ସେ ତାଙ୍କ ସମୟରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ।ଥରେ ପାକିସ୍ତାନୀ ସୈନ୍ୟ ଭାରତୀୟ ସୈନଙ୍କ ଶବ ବଦଳରେ ରବୀନଙ୍କୁ ଦାବି କରିଥିଲେ । ୧୯୯୯ରେ ହୋଇଥିବା କାରଗିଲ ଯୁଦ୍ଧରେ ଏହି ଘଟଣା ଘଟିଥିଲା । ଏହି ଯୁଦ୍ଧରେ ଅନେକ ଭାରତୀୟ ସେନା ମୃତ୍ୟୁ ମୁଖରେ ପଡିଥିଲେ । ଏହା ପରେ ଭାରତ ତାର ସୈନ୍ୟ ମାନଙ୍କ ଶବ ମାଗିଥିଲା । କିନ୍ତୁ ଶବ ବଦଳରେ ସେ ରବୀନା ଓ ମାଧୁରିଙ୍କୁ ଦେବାକୁ ଦାବି କରିଥିଲେ । ତେବେ ଏଥିରୁ ଆଣ ଜାଣି ପାରୁଥିବେ ରବୀନାଙ୍କ କ୍ରେଜ କେବଳ ଭାରତ ନୁହେଁ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଥିଲା ।କେବଳ ପାକିସ୍ତାନ ସେନା ନୁହଁନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ମଧ୍ୟ ରବୀନାଙ୍କ ପ୍ରେମରେ ପାଗଳ ଥିଲେ । ଯାହା ଫଳରେ ଭାରତୀୟ ସେନା ଏହାର ଫାଇଦା ଉଠାଇଥିଲା । ଭାରତୀୟ ବାୟୁସେନା କାରଗିଲ ଯୁଦ୍ଧ ସମୟରେ ଭାରତ ପାକିସ୍ତାନକୁ ଏକ କ୍ଷପଣାସ୍ତ୍ର ନିକ୍ଷେପ କରିଥିଲା ଏଥିରେ ଲେଖା ହୋଇଥିଲା ରବୀନା ଟଣ୍ଡନଙ୍କ ତରଫରୁ ନୱାଜ ସରିଫଙ୍କ ପାଇଁ । ଏହି କ୍ଷପଣାସ୍ତ୍ରରେ ଉଭୟଙ୍କ ନାମ ସହିତ ଏକ ପାନଚିତ୍ର ଅଙ୍କାଯାଇ ତୀର ମଧ୍ୟ କରାଯାଇଥିଲା । ଭାରତୀୟ ସେନାର ଏପରି କାର୍ଯ୍ୟ ଆଜି ମଧ୍ୟ ଲୋକମାନେ ମନେ ରଖିଛନ୍ତି ।