ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଡି.ଆର. ଓଜୋଲା
ଭୁବନେଶ୍ବର: ଓଡ଼ିଶାରେ ଚେସର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଡି.ଆର. ଓଜୋଲା । ଫିଡା ପରିଚାଳନା ବୋର୍ଡ ଉପାଧ୍ୟକ୍ଷ ଡି.ଆର. ଓଜୋଲା ରାଜ୍ୟରେ କ୍ରୀଡାର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଓଜୋଲା । ଚେସର ବିକାଶ ନେଇ ଆରମ୍ଭ ହୋଇଛି ଷ୍ଟେଟ ଚେସ୍ ଏକାଡେମୀ । ଚେସର ବିକାଶ ନେଇ ସହଯୋଗର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ । ବିଭିନ୍ନ ସ୍ଥାନରେ ଶହେଟି ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ । ରାଜ୍ୟରେ ଚେସ ଖେଳର ବିକାଶ ନେଇ ଆଲୋଚନା କରାଯାଇଛି । ଓଡ଼ିଶା କ୍ରୀଡ଼ାକୁ ସବୁବେଳେ ଗୁରୁତ୍ବ ଦେଇ ଆସୁଛି । ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ତଥା ଲାଟଭିଆ ଗଣତନ୍ତ୍ରର ପୂର୍ବତନ ଅର୍ଥ ଓ ଅର୍ଥନୀତି ମନ୍ତ୍ରୀ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେସ୍ କୁ ପ୍ରୋତ୍ସାହିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।