ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କଡ଼ା ସମାଲୋଚନା କରିଛନ୍ତି। ପୂରା ମାମଲା ଦୁର୍ନୀତିର ବୋଲି ସେ କହିଛନ୍ତି। ବିଜେପି ନେତା ଅନୁରାଗ ଠାକୁର କହିଛନ୍ତି, ଜାତୀୟ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ସଂସଦ ସମ୍ପର୍କିତ ସୂଚନା ରହିଛି। ଏଭଳି ସ୍ଥିତିରେ ଏହା ଜାତୀୟ ନିରାପତ୍ତା ପ୍ରସଙ୍ଗ ହେବା ସହ ଦୁର୍ନୀତିର ପ୍ରସଙ୍ଗ। ତଦନ୍ତ ଜାରି ରହିଛି। ଆମେ ଚାହୁଁଛୁ ଯେ ଯଥାଶୀଘ୍ର ତଦନ୍ତ ଶେଷ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ସେପଟେ ମହୁଆ ମୋଇତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, “ଆଦାନୀ ମାମଲାରେ ତାଙ୍କୁ ଚୁପ୍ କରାଇବା ପାଇଁ ଏପରି କରାଯାଉଛି। ଯଦି ଡକାଯାଇଥାଏ, ତେବେ ମୁଁ ସିବିଆଇ ଏବଂ ନୈତିକତା କମିଟିର ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି। ଅଦାନି କିମ୍ବା ବିଜେପି ଟ୍ରୋଲରଙ୍କ ଦ୍ୱାରା ନିର୍ଦ୍ଦେଶିତ ମିଡିଆ ସର୍କସ ଟ୍ରାଏଲର ଜବାବ ଦେବା ପାଇଁ ମୋ ପାଖରେ ସମୟ ନାହିଁ କି ଆଗ୍ରହ ନାହିଁ । ମୁଁ ନଦିଆରେ ଦୁର୍ଗାପୂଜା ପାଳନ କରୁଛି।”
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post
Next Post