ଆମେରିକୀୟ ଅରବପତି ଏଲନ୍ ମସ୍କ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟରର ନାମ ଓ ପରିଚୟ ବଦଳାଇ ଦେଇଛନ୍ତି । ଏହାର ନାମ ଏବେ ଏକ୍ସ ହୋଇଯିବା ସହ ଏହାର ଲୋଗୋ ବି ବଦଳି ଯାଇଛି । ଏବେ ମସ୍କ ଲୋକପ୍ରିୟ ୱେବସାଇଟ୍ ୱିକିପିଡିଆର ପରିଚୟ ବଦଳାଇବାକୁ ଏକ ଅଫର ଦେଇଛନ୍ତି । ଏବେ ମସ୍କଙ୍କର ଏ ସଂପର୍କିତ ଏକ ପୋଷ୍ଟ ଜୋରଦାର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ୱିକିପିଡିଆର ନାମ ବଦଳାଇଲେ ୧ ବିଲିୟନ ଡଲାର ଦେବେ ବୋଲି କହୁଛନ୍ତି ।ମସ୍କ ନିଜ ଏକ୍ସର ନିଜ ଅଧିକାରୀକ ଆକାଉଣ୍ଟରେ ଏକ ଅପଡେଟ୍ ସେୟାର କରିଛନ୍ତି ଯେଉଁଥିରେ ୱିକିପିଡିଆର ଏକ ପେଜ୍ର ସ୍କ୍ରିନସଟ୍ ଦେଖିବାକୁ ମିଳୁଛି । ଏହି ସ୍କ୍ରିନସଟ୍ରେ ୱିକିପିଡିଆ ଫାଉଣ୍ଡର ଜିମି ୱେଲସ୍ଙ୍କ ଆବେଦନ ଦେଖିବାକୁ ମିଳୁଛି । ଏହି ଆବେଦନରେ ଜିମିଙ୍କ ପକ୍ଷରୁ ଡୋନେସନର ଦାବୀ କରାଯାଇଛି । ପ୍ରକୃତରେ ୱିକିପିଡିଆ ଏହାର ରିଡର୍ସଙ୍କୁ କହିଥାଏ କି ଏହା ଏକ ମୁକ୍ତ ମାଧ୍ୟମ ଓ ଏଥିପାଇଁ କୌଣସି ଅର୍ଥ ଭରଣା କରିବାକୁ ପଡିବ ନାହିଁ ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post