ଆମେରିକୀୟ ଅରବପତି ଏଲନ୍ ମସ୍କ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟରର ନାମ ଓ ପରିଚୟ ବଦଳାଇ ଦେଇଛନ୍ତି । ଏହାର ନାମ ଏବେ ଏକ୍ସ ହୋଇଯିବା ସହ ଏହାର ଲୋଗୋ ବି ବଦଳି ଯାଇଛି । ଏବେ ମସ୍କ ଲୋକପ୍ରିୟ ୱେବସାଇଟ୍ ୱିକିପିଡିଆର ପରିଚୟ ବଦଳାଇବାକୁ ଏକ ଅଫର ଦେଇଛନ୍ତି । ଏବେ ମସ୍କଙ୍କର ଏ ସଂପର୍କିତ ଏକ ପୋଷ୍ଟ ଜୋରଦାର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ୱିକିପିଡିଆର ନାମ ବଦଳାଇଲେ ୧ ବିଲିୟନ ଡଲାର ଦେବେ ବୋଲି କହୁଛନ୍ତି ।ମସ୍କ ନିଜ ଏକ୍ସର ନିଜ ଅଧିକାରୀକ ଆକାଉଣ୍ଟରେ ଏକ ଅପଡେଟ୍ ସେୟାର କରିଛନ୍ତି ଯେଉଁଥିରେ ୱିକିପିଡିଆର ଏକ ପେଜ୍ର ସ୍କ୍ରିନସଟ୍ ଦେଖିବାକୁ ମିଳୁଛି । ଏହି ସ୍କ୍ରିନସଟ୍ରେ ୱିକିପିଡିଆ ଫାଉଣ୍ଡର ଜିମି ୱେଲସ୍ଙ୍କ ଆବେଦନ ଦେଖିବାକୁ ମିଳୁଛି । ଏହି ଆବେଦନରେ ଜିମିଙ୍କ ପକ୍ଷରୁ ଡୋନେସନର ଦାବୀ କରାଯାଇଛି । ପ୍ରକୃତରେ ୱିକିପିଡିଆ ଏହାର ରିଡର୍ସଙ୍କୁ କହିଥାଏ କି ଏହା ଏକ ମୁକ୍ତ ମାଧ୍ୟମ ଓ ଏଥିପାଇଁ କୌଣସି ଅର୍ଥ ଭରଣା କରିବାକୁ ପଡିବ ନାହିଁ ।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post