ସୃଷ୍ଚି ହେଲା ବାତ୍ୟା ହାମୁନ୍ । ଗଭୀର ଅବପାତ ଆଜି ସାଇକ୍ଲୋନ୍ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । ହାମୁନ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ବାତ୍ୟା ମୁହାଁଇବ ବାଂଲାଦେଶ । ଏହା ବର୍ତ୍ତମାନ ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ହାମୁନ ପାରାଦୀପ ଉପକୂଳରୁ ୨୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ, ପଶ୍ଚିମବଙ୍ଗର ଦୀଘାରୁ ୩୬୦ କିଲୋମିଟର ଦକ୍ଷିଣ ଓ ବାଂଲାଦେଶର ଖେପୁପୁରାରୁ ୫୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ କେନ୍ଦ୍ରୀଭୂତ ରହିଛି ।ଆସନ୍ତା ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ସିଭିଅର ସାଇକ୍ଲୋନିକ୍ ଷ୍ଟର୍ମ ବା ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ପରେ ବାତ୍ୟା ହାମୁନ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ବାଂଲାଦେଶ ଉପକୂଳକୁ ଗଭୀର ଅବପା ଭାବରେ ଖେପପୁରା ଓ ଚିଟାଗଙ୍ଗ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ