ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼। କାଲି ବାତ୍ୟା ବନିବା ପରେ ଏହାର ନାଁ ରହିବ ‘ହାମୁନ୍’। ଇରାନ ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କାଲି ରାତିରେ ଅବପାତରେ ପରିଣତ ହୋଇଥିବା ବେଳେ, ଏହା ଅଧିକରୁ ଅଧିକ ଘନିଭୂତ ହୋଇ ଆସନ୍ତାକାଲି ଘୂର୍ଣ୍ଣିବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ଏହା ଓଡ଼ିଶାକୁ ଆସିବନି। ଦଶରା ବେଳେ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଓଡ଼ିଶାବାସୀଙ୍କୁ ପୁଣି ଚିନ୍ତା ଓ ଆଶଙ୍କାରେ ପକାଇଥିବା ବେଳେ, ଆଶ୍ୱସ୍ତିର ବିଷୟ ହେଉଛି ଏହା ଓଡ଼ିଶା ଆଡ଼କୁ ଆସିବନି। ପୂର୍ବାନୁମାନ ଅନୁସାରେ, ଏହା ବାଂଲାଦେଶ ଓ ସନ୍ନିକଟ ପଶ୍ଚିମବଙ୍ଗ ଆଡ଼କୁ ଯିବ ଏବଂ ସେଠାରେ ଅଧିକ ପ୍ରଭାବ ପକାଇବ। ତେବେ ଓଡ଼ିଶାରେ କାଲିଠୁ ୩ ଦିନ କେବଳ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ୨୪ ତାରିଖ ଅର୍ଥାତ ଦଶହରାରେ ପବନର ବେଗ ବଢିବାର ଆଶଙ୍କା ଥିବାରୁ ପୂଜା ପେଣ୍ଡାଲ କ୍ଷତିଗ୍ରସ୍ ହୋଇପାରେ।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Prev Post
Next Post