ସ୍ବଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ
ଇସଲାମବାଦ: ସ୍ବଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । ଫେରିବା ପରେ ସେ ପାକିସ୍ତାନ ଜନସାଧାରଣଙ୍କୁ ଅଭିଭାଷଣ ଦେଇ ତାଙ୍କ ନାମରେ ମିଥ୍ୟା ମାମଲା କରାଯାଇ ଜେଲ ପଠାଯାଇଥିବା କହିଛନ୍ତି । ସେ ପାକିସ୍ତାନ ପାଇଁ ଦିନ ରାତି କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ମିଥ୍ୟା ମାମଲାରେ ଫସାଇ ଜେଲ ପଠାଯାଇଥିଲା ବୋଲି କହିଛନ୍ତି । ହୋରରେ ଏକ ରାଲିକୁ ସମ୍ବୋଧିତ କରି ତାଙ୍କ ମନରେ ପ୍ରତିଶୋଧର ଭାବନା ନାହିଁ ବୋଲି ସେ କହିଛନ୍ତି । ନିଜ ଦୁଃଖକୁ ମନେ ପକାଇ ନୱାଜ ସରିଫ୍ କହିଛନ୍ତି ଯେ ସେ ସବୁ ଯନ୍ତ୍ରଣାକୁ ଦୂରେଇ ରଖିଛନ୍ତି, କିନ୍ତୁ ଏଥିପାଇଁ କାହାଠାରୁ ପ୍ରତିଶୋଧ ନେବାକୁ ଚାହୁଁନାହାନ୍ତି। ତିନିଥରର ପ୍ରଧାନମନ୍ତ୍ରୀ ସରିଫଙ୍କୁ ସ୍ବାଗତ ଲାଗି ହୋଇଥିଲା ବ୍ୟାପକ ବ୍ୟବସ୍ଥା । ଚାରିବର୍ଷର ଆତ୍ମନିର୍ବାସନ ପରେ ସେ ସ୍ବଦେଶ ଫେରି ବହୁତ ଖୁସି ଅନୁଭବ କରୁଥିବା କହିଛନ୍ତି । ଅଜିଜିଆ ଓ ଆଭେନଫିଲ୍ଡ ଦୁର୍ନୀତି ମାମଲାରେ ଜାମିନ ପାଇବା ପରେ ସରିଫଙ୍କ ଲାଗି ବାଟ ଉନ୍ମୁକ୍ତ ହୋଇଥିଲା । ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ତାଙ୍କୁ ସୁରକ୍ଷିତ ଜାମିନ ପ୍ରଦାନ କରିବା ପରେ ସେ ସ୍ବଦେଶ ଫେରିବା ନିଶ୍ଚିତ ହୋଇଥିଲା । ଆସନ୍ତା ବର୍ଷ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାବେଳେ ସରିଫଙ୍କ ଘରବାହୁଡା ଗୁରୁତ୍ବପୂର୍ଣ୍ଣ ହୋଇଛି । ତାଙ୍କ ଦଳ ପୁଣି କ୍ଷମତା ଦଖଲ କରିବ ବୋଲି ସେ ଆଶାବାଦୀ ଅଛନ୍ତି ।