ପାକିସ୍ତାନର ଲଗାତାର ପରାଜୟ; ଅଷ୍ଟ୍ରେଲିଆଠାରୁ ୬୨ ରନରେ ହାରିଲା
ବେଙ୍ଗାଲୁରୁ: ବିଶ୍ବକପରେ ପାକିସ୍ତାନର ପରାଜୟ। ନିଜର ଚତୁର୍ଥ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ୬୨ ରନରେ ହାରିଛି ପାକିସ୍ତାନ। ବେଙ୍ଗାଲୁରୁରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ୬୨ ରନରେ ଜିତି ନେଇଛି ଅଷ୍ଟ୍ରେଲିଆ। । ପାକିସ୍ତାନକୁ ମାତ ଦେବାପରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚିଛି । ପୂର୍ବରୁ ୪ର୍ଥରେ ଥିବା ପାକିସ୍ତାନ ୫ମ ସ୍ଥାନକୁ ଖସିଛି। ପୂର୍ବଭଳି ଟପରେ ନ୍ୟୁଜିଲ୍ୟାଣ୍ଡ ରହିଥିବାବେଳେ ଦ୍ବିତୀୟରେ ଭାରତ ଓ ତୃତୀୟରେ ଦକ୍ଷିଣ ଆଫ୍ରିକା ରହିଛି ।ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୯ ଓ୍ବିକେଟ ହରାଇ ୩୬୭ ରନ କରିଥିଲା । ଦଳ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୧୬୩ ଓ ମିଚେଲ ମାର୍ସ ୧୨୧ ରନର ଇନିଂସ ଖେଳିଥିଲେ । ଉଭୟ ଓପନର ରେକର୍ଡ ୨୫୯ ରନ କରିଥିଲେ । ୫୦ ଓଭରରେ ଅଷ୍ଟ୍ରେଲିଆ ୯ ଓ୍ବିକେଟ ହରାଇ ୩୬୭ ରନ କରିଥିଲା । ପାକିସ୍ତାନ ୪୫.୩ ଓଭରରେ ୩୦୫ ରନ କରି ଅଲଆଉଟ ହୋଇଯାଇଥିଲା । ପାକିସ୍ତାନ ପକ୍ଷରୁ ଇମାମୁଲ ହକ ୭୦ ରନ, ଅବଦୁଲ୍ଲା ସଫିକ୍ ୬୪ ରନ କରିଥିଲେ । ସେହିପରି ମହମ୍ମଦ ରିଜଓ୍ବାନ ୪୬ ରନ ଓ ସାଉଦ ସକିଲ ୩୦ ରନ କରିଥିଲେ । ଅଷ୍ଟ୍ରେଲିଆ ପାଇଁ ଦମଦାର ୧୬୩ ରନର ଇନିଂସ ଖେଳିଥିବା ଓ୍ବାର୍ଣ୍ଣର ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି