ଚାଲିଛି ପାର୍ବଣ ଆଉ ଗୋଟିଏ ପରେ ଫିଲ୍ମ ରିଲିଜ ହୋଇ ସାରିଛି । ଦଶହରା ବଜାରରେ ଘାଣ୍ଟୁଛି ଏବେ ଓଡିଆ ସିନେମା । ସିନେମା ହଲ ରେ ମୁହଁ ମିଳୁନଥିବା ବେଳେ ଫ୍ୟାନ୍ସ ମାନେ ହିରୋ ମାନଙ୍କୁ କାନ୍ଧରେ ବସାଇ ନେଉଛନ୍ତି । ଏପଟେ ଧମାଲ୍ କରୁଛି ମାଲ୍ୟଗିରି ସାଙ୍ଗକୁ କଟକ ଶେଷରୁ ଆରମ୍ଭ ଜବର ଦସ୍ତ ଯୋଡି ସାଙ୍ଗକୁ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଆକ୍ଟିଙ୍ଗ ଦେଖିବାକୁ ଲାଗିଛି ଭିଡ । ଆଉ ମାଲ୍ୟ ଗିରି ଫିଲ୍ମ ଦେଖିବା ପରେ ଦର୍ଶକଙ୍କ ଭଲ ପାଇବା ବାବୁସାନଙ୍କ ପ୍ରତି ଅଧିକ ବଢି ଯାଇଛି ଖାଲି ସେତିକି ନୁହେଁ ଜବର ଦସ୍ତ ନାୟିକା ଶିବାନୀ ଓ ସୂର୍ଯ୍ୟମୟୀଙ୍କ ଅଭିନୟ ଏବେ ଓଡିଶା ବାସୀଙ୍କ ମନରେ ଯାହା ଏହି ଫିଲ୍ମ ହଲରୁ ଜଣା ପଡୁଛି ।
ଗୋଟିଏ ପରେ ଗୋଟିଏ କମାଲ୍ ସହ ଧମାଲ୍ କରି ଓଡିଆ ଚଳଚ୍ଚିତ୍ର, ଆଜି ରିଲିଜ୍ ହୋଇଛି ୨ ସୁପର ଷ୍ଟାର ଅନୁଭବ ଅରିନ୍ଦମଙ୍କ ରାମ୍ ଫିଲ୍ମ ଏବେ ଦର୍ଶକ ବାଉଳା କାହାର ଫିଲ୍ମକୁ ବଦେଖିବେ । କାରଣ ପୁଜା ବଜାରରେ ଘାଣ୍ଟୁଛି ଓଡିଆ ସିନେମା ଜବରଦସ୍ତ ଅଭିନୟ ସହ ଫେରିଛନ୍ତି ସେହି ୯୦ ଦଶକର ନାୟକ ନାୟିକା । ସିଦ୍ଧାନ୍ତ ମହାପାତ୍ର ସାଙ୍ଗକୁ ଅଭିନେତ୍ରୀ ଅନୁ ଚୌଧୁରୀ ମନେ ପକାଉଛି ସେହି ଦିନ କୁ ଏଥର ପୁଜାରେ ଓଡିଆ ସିନେମା ଜଗତରେ ରିଲିଜ ହୋଇସାରିଛି। ୯୦ ଦଶକର ସମସ୍ତ ଗୀତ ପାଇଁ ପୁଣି ଥରେ ଆସିଛି ନୂଆ ରୂପରେ ନୂଆ ଢଙ୍ଗରେ .. ଯାହାର କ୍ରେଜ ଏବେ ମାର୍କେଟରେ ବଢି ଯାଇଛି । ଆଉ ଆଜି ହଲ୍ ଏଣ୍ଟ୍ର କରିଛନ୍ତି ସୁପରଷ୍ଟାର । ଭିଡ ଏତେ ଆଖି ଲାଖି ଯାଉଚି ଫ୍ୟାନ୍ସଙ୍କ ଏମିତି ଭଲ ପାଇବା କେବେ ଦେଖି ନଥିବେ ଯାହା ଏତେ ଭିଡ ଲାଗିଥିଲା ଯେ ଚାଲିକି ଯିବା ତ ଦୂରର କଥା ଓଲଟା ଫ୍ୟାନ୍ସ ମାନେ କାନ୍ଧରେ ବସାଇ ନେଇ ଥିଲେ । ସବୁ ଫିଲ୍ଲ ଦେଖିବାକୁ ଭିଡ ଜମିଥିବା ବେଳେ ରାମ୍ ଫିଲ୍ମିକ ମଧ୍ୟ ସେତିକି ଭଲ ପାଇବା ମିଳି ପାରିଛି ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post