USB ଟାଇପ୍ ସି ପୋର୍ଟ ସହିତ ଆପଲ୍ ଲଞ୍ଚ କଲା ଲାଟେଷ୍ଟ ପେନସିଲ୍‌

ଜାଣନ୍ତୁ କେତ ରହିଛି ଦାମ

USB ଟାଇପ୍ ସି ପୋର୍ଟ ସହିତ ଆପଲ୍ ଏହାର ନେକ୍ସଟ ଜେନେରେସନର ଲାଟେଷ୍ଟ ପେନସିଲ୍‌ ଲଞ୍ଚ କରିଛି । ଆପଲର ଏହି ଲାଟେଷ୍ଟ ପେନସିଲର ମୂଲ୍ୟ ୭,୯୦୦ ଟଙ୍କା ଏବଂ ଏହି ପେନସିଲରେ ଏକ ସ୍ଲାଇଡିଂ କ୍ୟାପ୍ ଡିଜାଇନ୍ ଅଛି ଯାହା USB ଟାଇପ୍ ସି ପୋର୍ଟ ସହିତ ଆସିଥାଏ । ବର୍ତ୍ତମାନ ଆଇପ୍ୟାଡ୍ ସହିତ ଆପଲ୍ ପେନସିଲକୁ ଯୋଡିବା ପୂର୍ବ ଅପେକ୍ଷା ବହୁତ ସହଜ ହେବ । ଏହା ସହିତ ଆଇପ୍ୟାଡର ସାଇଡ ଧାରରେ ମଧ୍ୟ ଏହା ଯୋଡ଼ି ହୋଇ ରହିପାରିବ ।