ଇସ୍ରୋର ଅଧ୍ୟକ୍ଷ ଏସ. ସୋମନାଥ ବର୍ତ୍ତମାନ ଦେଶବାସୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି । ସେ କହିଛନ୍ତି ଯେ, ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଏବେ ସ୍ଲିପ ମୋଡରେ ରହିଛି । କିନ୍ତୁ ଏହା ପୁଣିଥରେ ଆକ୍ଟିଭ ହେବାର ସମ୍ଭାବନାକୁ ଏବେ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଲାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଚନ୍ଦ୍ରମାରେ ଶୁପ୍ତ ଅବସ୍ଥାରେ ରହିଥିବା ନେଇ ଏଜେନ୍ସି ଖୁବ ଭଲ ଭାବରେ ଅବଗତ ରହିଛି ବୋଲି କହିଛନ୍ତି ଏସ. ସୋମନାଥ ।ଚନ୍ଦ୍ରଯାନ-୩କୁ ନେଇ ସୋମନାଥ କହିଛନ୍ତି ଯେ, ବର୍ତ୍ତମାନ ସେ ଚନ୍ଦ୍ରପୃଷ୍ଠରେ ଶାନ୍ତିରେ ଶୋଇଛି । ଏଥିରେ ବ୍ୟାଘାତ ନ କରି ତାକୁ ଶାନ୍ତିରେ ଶୋଇବାକୁ ଦିଆଯାଉ । ତେବେ ଯେବେ ସେ ଉଠିବା ପାଇଁ ସକ୍ଷମ ହେବ, ସେ ଉଠିବା ସହ ନିଜ କାମ କରିପାରିବ । ତେବେ ଏ ବିଷୟରେ ଅଧିକ କିଛି କହିବା ପାଇଁ ମନା କରି ଦେଇଛନ୍ତି ଏସ. ସୋମନାଥ । ଏହାପରେ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ପ୍ରଜ୍ଞାନ ଉଠିବାର ସମ୍ଭାବନା ରହିଛି । କାରଣ ଏହି ମିଶନରେ ଗୋଟିଏ ଲାଣ୍ଡର ଏବଂ ଗୋଟିଏ ରୋଭର ସାମିଲ ରହିଥିଲେ । ତେବେ ଲାଣ୍ଡର ହେଉଛି ଏକ ବିଶାଳ ସଂରଚନା । ତେଣୁ ଏହାର ସମ୍ପୂର୍ଣ୍ଣ ଭାବରେ ପରୀକ୍ଷଣ କରାଯାଇ ନଥିଲା । କିନ୍ତୁ ରୋଭରର ପରୀକ୍ଷଣ ୦ ଡିଗ୍ରୀରୁ ୨୦୦ଡିଗ୍ରୀ ସେଲସିୟସ କମ୍ ପର୍ଯ୍ୟନ୍ତ ପରୀକ୍ଷା କରାଯାଇଛି । ତେବେ ରୋଭର ଏହାଠାରୁ ମଧ୍ୟ କମ୍ ତାପମାତ୍ରାରେ କାମ କରିବାରେ ସକ୍ଷମ ଥିବା କହିଛନ୍ତି ଇସ୍ରୋ ମୁଖ୍ୟ ।ତେବେ ଚନ୍ଦ୍ରଯାନ-୩ର ପ୍ରକୃତ ମିଶନ୍ ପୂରଣ ହୋଇ ସାରିଛି । ଏହାର ଉଦ୍ଦେଶ୍ୟ ଥିଲା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଂ । ଏହା ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସହ ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲା ପ୍ରଜ୍ଞାନ ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post