ଆସନ୍ତାକାଲି ବସ ଧର୍ମଘଟ ନକରିବାକୁ ପରିବହନ ମନ୍ତ୍ରୀଙ୍କ ଅନୁରୋଧ
ପୂଜା ଛୁଟି ବେଳେ ଆସନ୍ତାକାଲି ଘରୋଇ ବସ ଧର୍ମଘଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବସ ଧର୍ମଘଟ ନକରିବାକୁ ଘରୋଇ ବସ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପାର୍ବଣ ସମୟରେ ବସ ଧର୍ମଘଟ ନକରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । ବସ ମାଲିକ ସଂଘର ଏଭଳି ନିଷ୍ପତ୍ତି ଦ୍ବାରା ଯାତ୍ରୀ ଅସୁବିଧାରେ ପଡ଼ିବେ । ସରକାରଙ୍କ ସହ ଆଲୋଚନା କରି ବସ୍ ମାଲିକ ସଂଘର ଧର୍ମଘଟ ନ କରିବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି । ଆସନ୍ତା ୨୬ ତାରିଖରେ ସରକାରଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ରହିଛି। ତେଣୁ ବସମାଲିକ ସଂଘ ସରକାରଙ୍କୁ ସହଯୋଗ କରିବେ ବୋଲି ଆଶା ରହିଛି । ଲକ୍ଷ୍ମୀ ବସ ଯେଭଳି ଚାଲିଛି ସେଭଳି ଚାଲିବ । ଏଥିରେ କିଛି ଅସୁବିଧା ହେବାର ନାହିଁ । ତେଣୁ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।