ଦୁବାଇରେ ଆୟୋଜିତ ଆନ୍ତର୍ଜାତିକ ଏକ୍ସପାଣ୍ଡ ନର୍ଥ ଷ୍ଟାର୍ ୨୦୨୩ ମେଳାରେ ଓଡ଼ିଆ ଷ୍ଟାର୍ଟଅପ୍

ଦୁବାଇରେ ଆୟୋଜିତ ଆନ୍ତର୍ଜାତିକ ଏକ୍ସପାଣ୍ଡ ନର୍ଥ ଷ୍ଟାର୍ ୨୦୨୩ ମେଳାରେ ଓଡ଼ିଆ ଷ୍ଟାର୍ଟଅପ୍ ଆଇଡିଆକୁ ବେଶ ପ୍ରଶଂସା କରାଯାଇଛି । ଆନ୍ତର୍ଜାତିକ ଷ୍ଟାର୍ଟଅପ୍ ସମ୍ମିଳନୀରେ ଦେଶ ବିଦେଶର ୧୮୦୦ ଷ୍ଟାର୍ଟ୍ଅପ୍ ଭାଗ ନେଉଛନ୍ତି । ଏହି ମେଳାରେ ଭାରତ ସରକାରଙ୍କ ନୀତି ଆୟୋଗର ଅଧିକାରୀଙ୍କ ସମେତ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟର ଅଧିକାରୀ ବି ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାରେ ପ୍ରସ୍ତୁତ ଓଡ଼ିଶା ଷ୍ଟାର୍ଟଅପ୍ ନୀତି ଫଳରେ ଓଡ଼ିଶା ମାଟିର ଉଦୀୟମାନ ଉଦ୍ୟୋଗୀ ଦେଶରେ ୟୁନିକର୍ଣ୍ଣ ହେବାର ନୂଆ ଓ୍ବେଭ୍ ସୃଷ୍ଟି କରିବେ । ଦେଶ ବିଦେଶର ୧୮୦୦ଟି ଷ୍ଟାର୍ଟଅପ୍ ଯୋଗଦେଇଛନ୍ତି । ଓଡ଼ିଶାରୁ ଯୋଗ ଦେଇଥିବା ୨୭ଟି ଷ୍ଟାର୍ଟଅପଙ୍କ ଆଇଡିଆକୁ ଉଚ୍ଚ ପ୍ରଶଂସା । ସୁପରନୋଭା ପ୍ରତିଯୋଗିତାର ସେମି ଫାଇନାଲରେ ପହଞ୍ଚିଛନ୍ତି ଓଡ଼ିଶାର ଦୁଇଟି ଷ୍ଟାର୍ଟଅପ୍ । କୃଷି କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ରୋବୋଟ ଦାରୁବ୍ରହ୍ମ ପ୍ରାଇଭେଟ୍ ଲିମିଟେଡ୍ ଓ ଗ୍ରାମାଞ୍ଚଳରେ ଖୁଚୁରା ପ୍ଲାଟଫର୍ମ କରିଥିବା ହାପିନେସ୍ ଅଣ୍ଡର୍ ବଜେଟ୍ ପ୍ରାଇଭେଟ୍ ଲିମିଟେଡ୍ ଅନ୍ତରାଷ୍ଟ୍ରୀୟ ପୁଞ୍ଜି ନିବେଶକାରୀଙ୍କ ପ୍ରଥମ ପସନ୍ଦ ପାଲଟିଛି । କୃଷି କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ରୋବୋ ପ୍ରସ୍ତୁତ କରି ଅନ୍ତରାଷ୍ଟ୍ରୀୟ ପୁଞ୍ଜିନିବେଶକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ଦାରୁବ୍ରହ୍ମ ଅଟୋମେସନ୍ ରୋବୋଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ । ସେହିପରି ଗ୍ରାମାଞ୍ଚଳ ଲୋକଙ୍କୁ ଘରେ ବସି ରାସନ ଯୋଗାଣ ପାଇଁ ଖୁଚୁରା ବିପଣନ ରିଟେଲ୍ ଚେନ୍ ଖୋଲିଥିବା ହାପିନେସ୍ ଅଣ୍ଡର ବଜେଟ୍ ପ୍ରାଇଭେଟ୍ ଲିମିଟେଡର ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିଛି । ଉଭୟ ଷ୍ଟାର୍ଟଅପ୍ କମ୍ପାନୀ ସୁପରନୋଭା ପ୍ରତିଯୋଗିତାରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।