‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଦୁନିଆର ଆବଶ୍ୟକତାକୁ ବୁଝିଲେ ହିଁ ଆମେ ସ୍କିଲ୍ ଦୂରତାକୁ ହ୍ରାସ କରିପାରିବା ବୋଲି ନୂଆଦିଲ୍ଲୀ ଠାରେ ‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ କରିବା ଅବସରରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ସ୍କିଲ୍ ପ୍ରତିଯୋଗିତାରେ ୨୫ ଲକ୍ଷ ଲୋକଙ୍କୁ ଯୋଡିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୨୪ ସୁଦ୍ଧା ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି । ଭାରତକୁ ବିକଶିତ କରିବାକୁ ହେଲେ ସମସ୍ତଙ୍କୁ ସ୍କିଲ୍ କରିବାକୁ ହେବ । ଭାରତ ହେଉଛି ଯୁବଶକ୍ତିର ଦେଶ । ଯୁବବର୍ଗଙ୍କୁ ସ୍କିଲଡ୍ ନ କଲେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ । ତେଣୁ ଶିଳ୍ପ, ଶିକ୍ଷାନୁଷ୍ଠାନ ସହ ମିଳିତ ଭାବରେ ସମସ୍ତଙ୍କ କମ୍ପିଟାନ୍ସିଂ ବା ସାମର୍ଥ୍ୟକୁ ଜନଆନ୍ଦୋଳନରେ ପରିଣତ କରିବାକୁ ହେବ ।
ଭାରତରେ ୨୦୧୭ରେ ବେରୋଜଗାର ହାର ୬ ପ୍ରତିଶତ ଥିବା ବେଳେ ୨୦୨୨-୨୩ରେ ଏହା ୩.୨ ପ୍ରତିଶତରେ ପହଞ୍ଚିଛି । କ୍ରମାଗତ ଭାବରେ କର୍ମ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବଢୁଛି । ସମସ୍ତଙ୍କୁ ବିଶେଷ ଭାବରେ କର୍ମ କ୍ଷେତ୍ରରେ ଥିବା ସବୁ ଗ୍ରୁପର ଲୋକମାନଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ କରାଇବାକୁ ପଡିବ । ଭାରତର ହସ୍ତତନ୍ତ, ବୟନ ଶିଳ୍ପ ଦୁନିଆର କେଉଁ ସ୍ଥାନରେ ମିଳେନାହିଁ ।  ପାଠପଢା ଏବଂ କର୍ମକ୍ଷେତ୍ରରେ ଉଭୟ କ୍ଷେତ୍ରରେ ଦକ୍ଷତା ବିକାଶ ହେବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।