ନେଟ୍‌ଫ୍ଲିକ୍ସସ୍ ରେ ରିଲିଜ୍ ହେବ ଶାହାରୁଖ ଓ ଆଲିଆଙ୍କ ଫିଲ୍ମ ଡାର୍ଲିଂସ

ନେଟ୍‌ଫ୍ଲିକ୍ସସ୍ ରେ ରିଲିଜ୍ ହେବ ଶାହାରୁଖ ଓ ଆଲିଆଙ୍କ ଫିଲ୍ମ ଡାର୍ଲିଂସ

ମେଟ୍ରୋ ଟିଭି ଓଡିଶା,୮/୨ : ମହାମାରୀ କରୋନା ଯୋଗୁଁ ସମସ୍ତ ଫିଲ୍ମ ହଲ୍ ବନ୍ଦ ହୋଇ ରହିଛି । ଏଥିପାଇଁ ଅନେକ ଫିଲ୍ମ ମଧ୍ୟ ସ୍ଥଗିତ ହୋଇ ରହିଛି । ଏହାକୁ ନେଇ କଳାକାର ମାନେ ଏବେ ଓଟିଟି ପ୍ଲାଟଫର୍ମରେ ପାଦ ଦେଇଛନ୍ତି । ବଡ଼ ବଡ଼ ଫିଲ୍ମକୁ ଓଟିଟିରେ ପ୍ରତିଯୋଗିତା ଆରମ୍ଭ ହୋଇଛି। ଖାସ୍ କରି ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମ ତଥା ସେମାନଙ୍କ ନାଁ ଯୋଡ଼ି ହୋଇଥିବା ଫିଲ୍ମ ନେଇ କିଣିବାକୁ ଓଟିଟି ପ୍ଳାଟଫର୍ମ ଆଗ୍ରହ ପ୍ରକାଶ କରୁଛି। ଏମିତି କିଛି ଶାହାରୁଖ ଖାନ୍ ଓ ଆଲିଆ ଭଟ୍ଟଙ୍କ ଫିଲ୍ମ ଡାର୍ଲିଂସକୁ ନେଇ ମଧ୍ୟ ହୋଇଛି। ଏହି ଫିଲ୍ମକୁ ଶାହାରୁଖ ଓ ଆଲିଆଙ୍କ ପ୍ରଡକ୍ସନ୍ ତିଆରି କରୁଛି । ଏହି ଫିଲ୍ମକୁ ଏବେ ହଲ୍ ରିଲିଜ୍ ନ କରି ଓଟିଟିରେ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣୁ ଏବେ ନେଟ୍‌ଫ୍ଲିକ୍ସସ୍ ଏହାକୁ ଲଞ୍ଚ୍ କରାଯିବ।

pic credit-box office worldwide

ଡାର୍କ କମେଡି ଫିଲ୍ମ ଡାର୍ଲିଂସ୍ ଓଟିଟିରେ ରିଲିଜ୍ କରାଯିବ । ଏହି ଫିଲ୍ମର ଷ୍ଟ୍ରିମିଂ ରାଇଟ୍ସକୁ ନେଟ୍‌ଫ୍ଲିକ୍ସସ୍ ରେ ୮୦ କୋଟିରେ କିଣା ଯାଇଛି । ଫିଲ୍ମରେ ଉଭୟ ଆଲିଆ ଭଟ୍ଟ ଓ ଶାହାରୁଖ ଖାନ୍ ପ୍ରଯୋଜନା କରିଛନ୍ତି।

ଡାର୍ଲିଂସ୍ ଆଲିଆ ଭଟ୍ଟ, ଶେଫାଲୀ ଶାହ, ବିଜୟ ବର୍ମା ଓ ରୋଶନ ମେଥ୍ୟୁ ଲିଡ୍ ରୋଲ୍ ନଜର ଆସିବେ। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ଜୟମୀତ କେ ରିନ୍। ମା’-ଝିଅଙ୍କ ସମ୍ପର୍କକୁ ନେଇ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଇଛି । ଏଥିରେ ଆଲିଆ ଭଟ୍ଟ ଝିଅ ହୋଇଥିବା ବେଳେ ଶେଫାଲୀ ଶାହ ମା’ ଭୂମିକାରେ ନଜର ଆସିଛନ୍ତି ।