କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ପଶ୍ଚିମବଙ୍ଗ ଯାତ୍ରା କରି କୋଲକାତାରେ ଦୁର୍ଗା ପୂଜାର ଉଦଘାଟନ କରିଛନ୍ତି । ଏହା ସହ ଶାହା ପଶ୍ଚିମବଙ୍ଗ ରାଜନୀତିକୁ ମଧ୍ୟ ସରଗରମ କରିଥିବା ଦେଖିବାକୁ ମିଳିଛି । ଆଜି ପଶ୍ଚିମବଙ୍ଗକୁ ରାଜନୀତି କରିବାକୁ ଆସିନାହିଁ ବୋଲି କହି ପରୋକ୍ଷରେ ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ପାର୍ବଣ ମାହୋଲ ଭିତରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି । ସୂଚନା ଥାଉକି, କୋଲକାତାରେ ଦୁର୍ଗା ପୂଜାର ଉଦଘାଟନ କରି ପଶ୍ଚିମବଙ୍ଗବାସୀଙ୍କୁ ସମ୍ବୋଧନ ଦେଇଥିଲେ ଅମିତ ଶାହା । ଶାହା ତାଙ୍କ ସମ୍ବୋଧନରେ, ସମସ୍ତ ପଶ୍ଚିମବଙ୍ଗବାସୀଙ୍କୁ ନବରାତ୍ରର ଦ୍ୱିତୀୟ ତିଥିରେ ଦୁର୍ଗାପୂଜାର ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହା ସହ ମାଆ ଦୁର୍ଗାଙ୍କୁ ପ୍ରାର୍ଥନା କରୁଛି କି ପଶ୍ଚିମବଙ୍ଗରେ ଭ୍ରଷ୍ଟାଚାର, ଅତ୍ୟାଚାର ଶେଷ ହେଉ। ମୁଁ ପଶ୍ଚିମବଙ୍ଗ ଆସିବା ଜାରି ରଖିବି ଓ ରାଜ୍ୟରେ ପରିବର୍ତ୍ତନ ପାଇଁ ଲଢେଇ କରିବି ବୋଲି କହି ପରୋକ୍ଷରେ ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହା ପରେ ଶାହା କହିଥିଲେ, କେବଳ ମା’ ଦୁର୍ଗାଙ୍କ ଆଶୀର୍ବାଦ ନେବାକୁ ସିଧା ଗୁଜରାଟରୁ ପଶ୍ଚିମବଙ୍ଗ ଆସିଛି। ଆଜି ମୁଁ ପଶ୍ଚିମବଙ୍ଗ ରାଜନୀତି କରିବାକୁ ଆସିନାହିଁ। ଦୁର୍ଗା ମା’ଙ୍କ ନିକଟରେ ଦେଶର ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି। ତେବେ ଶାହାଙ୍କ ଏହି ତେରେଛା ବାଣକୁ ନେଇ ଏବେ ଜାତୀୟ ରାଜନୀତିରେ ଖୁବ ଚର୍ଚ୍ଚା ଦେଖିବାକୁ ମିଳୁଛି ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post