ସବୁଠାରୁ ଷ୍ଟାଇଲିସ୍‌ ସ୍ମାର୍ଟଫୋନ

ରହିଛି ଦମଦାର ଡିଜାଇନ୍‌

ଖୁବ୍ ଶୀଘ୍ର  POCOର ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ନୂଆ ଫୋନ୍ IMEI ଡାଟାବେସରେ ଏବଂ ଏଫସିସି ୱେବସାଇଟରେ ଦେଖିବାକୁ ମିଳିଥିଲା । ଏହାର ନାଁ POCO C65 ହୋଇପାରେ ଏବଂ ଅନୁମାନ କରାଯାଉଛି ଯେ ଏହା ଏକ ରିବ୍ରାଣ୍ଡେଡ୍ ରେଡମି 13C ଭାବରେ ଆସିପାରେ । ଏହି ଫୋନ୍ ବର୍ତ୍ତମାନ ସିଙ୍ଗାପୁରର IMDA ୱେବସାଇଟରେ ଦେଖିବାକୁ ମିଳିଛି, ଯାହା ସୂଚାଏ କି ଖୁବ୍ ଶୀଘ୍ର POCO C65 ଲଞ୍ଚ ହୋଇପାରେ । POCO C65 ବିଷୟରେ ଏପର୍ଯ୍ୟନ୍ତ ଅଧିକ ଜଣା ନାହିଁ, କିନ୍ତୁ ଏହା ରେଡମି 13Cର ଏକ ରିବ୍ରାଣ୍ଡେଡ୍ ଭର୍ସନ ବୋଲି ଆଶା କରାଯାଉଛି । ଏହି ଅନୁମାନ ଉପରେ ଆଧାର କରି, POCO C65 ର ମୋଟା ବେଜେଲ, ୱାଟରଡ୍ରପ୍ ନଚ୍‌ ଏବଂ ୫୦MPର ପ୍ରାଇମେରୀ କ୍ୟାମେରା ରହିବାର ସମ୍ଭାବନା ରହିଛି । ଏହା ମିଡିଆ ଟେକ୍ ଡାଇମେନସିଟି ୬୧୦୦ ପ୍ଲସ୍ ଚିପସେଟ୍ ଦ୍ୱାରା ଚାଲିବ ।