ଚଳିତ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ଚମତ୍କାର ପ୍ରଦର୍ଶନ ସହ ପ୍ରଥମ ଦୁଇଟି ଯାକ ମ୍ୟାଚ୍ ଜିତିଛି। ଆଜି ଏହି ଦଳ ଧର୍ମଶାଳାରେ ନେଦରଲାଣ୍ଡ୍ସକୁ ଭେଟିବ। ଏହି ମ୍ୟାଚ୍ ଜିତି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି ତେମ୍ବା ବଭୂମାଙ୍କ ଦଳ। ନୂଆଦିଲ୍ଲୀରେ ନିଜର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା କୀର୍ତ୍ତିମାନ ଭରା ସ୍କୋର୍ (୪୨୮/୫) କରିବା ସହ ୧୦୨ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ଏହାପରେ ଲକ୍ଷ୍ନୌରେ ୫ ଥର ବିଜେତା ଅଷ୍ଟ୍ରେଲିଆକୁ ୧୩୪ ରନ୍ରେ ମାତ୍ ଦେଇଥିଲା। ତେଣୁ ମଙ୍ଗଳବାର ନେଦରଲାଣ୍ଡ୍ସ ବିପକ୍ଷରେ ଆଗରେ ରହିବ ଏହି ଦଳ। ୱିକେଟ୍ ରକ୍ଷକ ବ୍ୟାଟର୍ କ୍ବିଣ୍ଟନ ଡି’କକ୍, ରାଶି ଭାନ୍ ଡର ଦୁସେନ ଓ ଐଦେନ ମାରକ୍ରମ ସୁନ୍ଦର ଖେଳିଛନ୍ତି। ଏହି ତିନି ଜଣ ଶ୍ରୀଲଙ୍କା ବିପକ୍ଷରେ ଶତକ ଅର୍ଜନ କରିଥିଲା ବେଳେ ଏମାନଙ୍କୁ ହେନରିକ କ୍ଲାସେଁ ଓ ଡେଭିଡ ମିଲର ସହଯୋଗ କରିବାରୁ ଦଳ ବଡ଼ ସ୍କୋର୍ କରିଥିଲା। ବୋଲରମାନେ ଶ୍ରୀଲଙ୍କା ବିପକ୍ଷରେ ଚମକହୀନ ରହିଥିଲେ ମଧ୍ୟ ବଡ଼ ସ୍କୋର୍ ଯୋଗୁଁ ଏହାର ପ୍ରଭାବ ଦଳ ଉପରେ ପଡ଼ି ନଥିଲା। ଏହା ପର ମ୍ୟାଚ୍ରେ ଡି’କକ୍ ଲଗାତାର ଶତକ ହାସଲ କରିଥିଲା ବେଳେ ବୋଲର ମାର୍କୋ ୟାନସେନ ଓ କାଗିସୋ ରବାଦାଙ୍କ ଧମକା ବଳରେ ଅଷ୍ଟ୍ରେଲିଆକୁ ୧୭୭ ରନ୍ରେ ଅଟକାଇ ସହଜ ବିଜୟ ପାଇଥିଲା।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post
Next Post