ହ୍ଵାଟ୍ସଆପ୍‌ ୱେବ୍ ୟୁଜର୍ସଙ୍କ ପାଇଁ ନୂଆ ଫିଚର

ସହଜ ହେବ ଏହି କାମ

ହ୍ଵାଟ୍ସଆପ୍‌ ୱେବ୍ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଆଣିବା ପାଇଁ ପ୍ଲାନ କରୁଛି । ହ୍ଵାଟ୍ସଆପର ଡେଭଲପମେଣ୍ଟ ଉପରେ ନଜର ରଖୁଥିବା ୱେବସାଇଟ୍ ୱାବେଟେନ୍ଫୋ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏକ କ୍ୟାଲେଣ୍ଡର ଫିଚର ଉପରେ କାମ କରୁଛି ଯାହା ମେସେଜ ଖୋଜୁଥିବା ସମୟରେ ୟୁଜରମାନଙ୍କୁ ଏକ ନିର୍ଦ୍ଦିଷ୍ଟ ତାରିଖ ବାଛିବା ପାଇଁ ଅନୁମତି ଦେବ । ଯେତେବେଳେ ଆପଣ ଚାଟରେ କୌଣସି ଏକ ମେସେଜ୍ ଖୋଜନ୍ତି, ସେତେବେଳେ ଆପଣଙ୍କୁ ସେହି ମେସେଜ ସହିତ ଜଡିତ ଶବ୍ଦ ଲେଖିବାକୁ ପଡିଥାଏ, ଯାହା ପରେ ଆପଣଙ୍କୁ ଖୋଜୁଥିବା ମେସେଜ ନିକଟରେ ପହଞ୍ଚିବା ପାଇଁ ସମସ୍ତ ମେସେଜକୁ ନଜର ଦେବାକୁ ହୋଇଥାଏ । କିନ୍ତୁ ଏହି କାମକୁ ସହଜ କରିବା ପାଇଁ ବର୍ତ୍ତମାନ କମ୍ପାନୀ ସର୍ଚ୍ଚ ସହିତ କ୍ୟାଲେଣ୍ଡର ସୁବିଧା ଯୋଡିବାକୁ ଯାଉଛି ।