ଆସନ୍ତା ୨୦୨୪ ନିର୍ବାଚନରେ ଲଢିବା ପାଇଁ ସ୍ପଷ୍ଟ ମନା କରି ଦେଇଛନ୍ତି ନରସିଂହ ମିଶ୍ର । ବୟସ ଅଧିକ ହେଉଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୋତେ ୮୩ ବର୍ଷ ବୟସ ହେଲାଣି, ଆଉ ନିର୍ବାଚନ ଲଢିବି ନାହିଁ । ତେବେ ମାନସିକ ସ୍ତରରେ ସେ ଏପରି ନିଷ୍ପତ୍ତି ନେଇଥିବା ବେଳେ ଶେଷ ନିଷ୍ପତ୍ତି ଦଳ ଉପରେ ନ୍ୟସ୍ତ କରିଛନ୍ତି । ତାଙ୍କର ନିର୍ବାଚନ ଲଢିବା ନେଇ ଫାଇନାଲ ନିଷ୍ପତ୍ତି ଦଳ ନେବ ବୋଲି ଆଶା ରଖିଛନ୍ତି ନରସିଂହ ମିଶ୍ର ।ତେବେ ଏହାପରେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି କଂଗ୍ରେସର ଏହି ଟାଣୁଆ ନେତା । ସାନପୁଅ ସମରେନ୍ଦ୍ର ମିଶ୍ରଙ୍କୁ ନିର୍ବାଚନର ଏକ ନୂଆ ମୁହଁ କରି ଦଳରେ ଭର୍ତ୍ତି କରିବେ ନରସିଂହ । ସମରେନ୍ଦ୍ର ବଲାଙ୍ଗୀରରୁ ପ୍ରାର୍ଥି ହୋଇ ନିର୍ବାଚନ ଲଢିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ସମରେନ୍ଦ୍ର ପ୍ରାର୍ଥି ହେବା ଆପାତତଃ ସ୍ଥିର ହୋଇଥିବା ବେଳେ ଏହାକୁ ନେଇ କୌଣସି ଫାଇନାଲ ହୋଇନାହିଁ । ତେବେ ଯଦି ସମରେନ୍ଦ୍ର ପ୍ରାର୍ଥି ହୁଅନ୍ତି, ତେବେ ସେ କଂଗ୍ରେସରୁ ହିଁ ଲଢିବେ ବୋଲି କହିଛନ୍ତି ନରସିଂହ
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି
Prev Post
Next Post