ଏୟାର ଇଣ୍ଡିଆ ଧମାକେଦାର ଅଫର ଲଞ୍ଚ କରିଛି। ଯେଉଁଥିରେ ବାହାର ଦେଶ ବୁଲିବା ପାଇଁ ଶସ୍ତା ଟିକେଟ୍ସର ଫାଇଦା ଉଠାଇପାରିବେ । ଏୟାର ଇଣ୍ଡିଆ ଏହି ଲିମିଟେଡ ପିରିୟଡ୍ ସେଲର ଘୋଷଣା କରିଛି । ଏହି ଅଫର ସାହାଯ୍ୟରେ ଆପଣ ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ) ସମେତ ୟୁରୋପର ଖାସ୍ ସହରେ ବୁଲି ପାରିବେ । ଏୟାର ଇଣ୍ଡିଆ ଏହି ସହର ପାଇଁ ଭାରତରୁ ବୁକ୍ ହେଉଥିବା ସ୍ପେଶାଲ ଅଫର୍ସର ଘୋଷଣା କରିଛି ।ଏୟାର ଇଣ୍ଡିଆ କୋପନହେଗେନ, ଲଣ୍ଡନ୍ ହିଥ୍ରୋ (ୟୁକେ), ମିଲାନ୍ (ଇଟାଲୀ), ପ୍ୟାରିସ (ଫ୍ରାନ୍ସ) ଏବଂ ଭିଏନା (ଅଷ୍ଟ୍ରିୟା ପାଇଁ ନନଷ୍ଟପ୍ ଫ୍ଲାଇଟର ଘୋଷଣା କରିଛି । ଭାରତରୁ ଏହି ସବୁ ସ୍ଥାନକୁ ରାଉଣ୍ଡ ଟ୍ରିପ୍ କରିବା ପାଇଁ ଆପଣଙ୍କୁ ପଡିବ ମାତ୍ର ୪୦,୦୦୦ ଟଙ୍କା । ଏବଂ ଓ୍ଵାନ୍ –େଓ୍ଵ ପାଇଁ ୨୫୦୦୦ ଟଙ୍କା ଖର୍ଚ୍ଚ କରିବାକୁୁ ପଡିବ ।ଅକ୍ଟୋବର ୧୧ ରୁ ୧୪ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ଏହି ଶସ୍ତା ଟିକେଟର ଅଫର ଚାଲୁ ରହିଛି ଏବଂ ଟ୍ରାଭେଲର୍ସ ୧୫ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏହି ଅଫର ଆଧାରରେ ଯାତ୍ରା କରିପାରିବେ ।
Trending
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
- ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ
Prev Post
Next Post