ଆଜି ମୁହାଁମୁହି ନ୍ୟୁଜିଲାଣ୍ଡ ବାଂଲାଦେଶ ହେବେ। ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଅପରାହ୍ଣ ୨ଟାରେ ବିଶ୍ବକପର ଏହି ୧୧ ତମ ମ୍ୟାଚରେ ପରସ୍ପରକୁ ଭେଟିବେ ଉଭୟ ଟିମ୍ । ନ୍ୟୁଜିଲାଣ୍ଡ ଦୁଇଟି ମ୍ୟାଚ ଜିତି ୪ ପଏଣ୍ଟ ପାଇସାରିଥିବାବେଳେ ବାଂଲାଦେଶ ଦୁଇଟି ମ୍ୟାଚରୁ ଗୋଟିଏରେ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୮୨ ରନରେ ହରାଇଥିବେଳେ ଷଷ୍ଠ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ୯୯ ରନରେ ପରାସ୍ତ କରିଥିଲା ।ସେହିପରି ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ୬ ଓ୍ବିକେଟରେ ହରାଇଛି ବାଂଲାଦେଶ । ତେବେ ସପ୍ତମ ମ୍ୟାଚରେ ଇଂଲଣ୍ଡ ଠାରୁ ୧୩୭ ରନରେ ହାରିଥିଲା । ତେଣୁ ଆଜିର ମ୍ୟାଚ ଜିତିବାକୁ ଭରପୁର ଚେଷ୍ଟା କରିବ ବାଂଲାଦେଶ । ସେପଟେ ଗତକାଲି ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ । ଲକ୍ଷ୍ମୌରେ ଖେଳାଯାଇଥିବା ୧୦ ମ୍ୟାଚରେ କଙ୍ଗାରୁ ଦଳକୁ ୧୩୪ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଦୁଇଟି ମ୍ୟାଚରେ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆ ପାଇଁ ଅଡୁଆ ବଢିଛି ।ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟି କରି ଅଷ୍ଟ୍ରେଲିଆ ଆଗରେ ୩୧୨ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦଳ ପକ୍ଷରୁ କ୍ବଣ୍ଟନ ଡିକକ୍ ଶତକୀୟ ପାଳି ଖେଳିଥିଲେ । ତେବେ ଜବାବରେ ଅଷ୍ଟ୍ରେଲିଆ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟଟର ସାମ୍ନା କରି ୪୦.୫ ଓଭରରେ ୧୭୭ ରନ କରିବାରେ ସକ୍ଷମ ହୋଇଥିଲା ।
Trending
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
Prev Post
Next Post