ଓଡ଼ିଶାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରେ ପୁଣି ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ କୋରାପୁଟ କଫି, ଝାଡ଼ୁ, ମାଣ୍ଡିଆ, ହଳଦୀଗୁଣ୍ଡ ଆଦି ଇ-କମର୍ସ ସାଇଟରେ ଉପଲବ୍ଧ ହୋଇଥିଲା । ତେବେ ଏହା ମଧ୍ୟରେ ଇ-କମର୍ସ କମ୍ପାନୀ ଆମାଜନ ନିଜ ୱେବସାଇଟ ତଥା ଆପରେ କୋରାପୁଟ ହଳଦୀ ସାବୁନକୁ ସ୍ଥାନିତ କରିଛି ।ତେବେ ଉକ୍ତ ହଳଦୀ ସାବୁନର ମୂଲ୍ୟ ୮୫ ଟଙ୍କା ରହିଥିବା ବେଳେ ଓଡ଼ିଶା ଗ୍ରାମୀଣ ବିକାଶ ଓ ମାର୍କେଟିଂ ସୋସାଇଟି (ଓରମାସ) ପକ୍ଷରୁ ଆମାଜନକୁ ଏହି ସାବୁନ ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ କଫି ସାବୁନ ଓ ଆଲୋବେରା ମଧ୍ୟ ଇ-କମର୍ସ ସାଇଟରେ ମିଳିପାରିବ ବୋଲି ଆଶା କରାଯାଉଛି । ପ୍ରଥମେ କୋରାପୁଟ ହଳଦୀରୁ ପ୍ରସ୍ତୁତ ସାବୁନକୁ ଖୋଲା ବଜାରରେ ବିକ୍ରି କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ରାଜ୍ୟ ବାହାରେ ତା’ର ଚାହିଦା ବଢ଼ିବା ପରେ ଆମେରିକାକୁ ରପ୍ତାନୀ କରାଯାଇଥିଲା । ସେଠାରେ ମଧ୍ୟ ଗ୍ରାହକମାନେ ତାହାକୁ ବହୁତ ପସନ୍ଦ କରିଥିଲେ ।ତେବେ ଆମେରିକା ଭଳି ଏକ ବିକଶିତ ରାଷ୍ଟ୍ରରେ ଲୋକମାନେ କୋରାପୁଟ ନିର୍ମିତ ଏହି ସାବୁନକୁ ଗ୍ରହଣ କରିଥିବାରୁ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା । ଦେଶ, ବିଦେଶରେ ଏହାର ଉପଲବ୍ଧତା ବୃଦ୍ଧି ଲକ୍ଷ୍ୟରେ ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଏହି ସାବୁନର ଚାହିଦା ଅନଲାଇନରେ ବଢ଼ିଲେ ତାହା କୋରାପୁଟ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହିତ ଏହାକୁ ପ୍ରସ୍ତୁତ କରୁଥିବା ମହିଳାଙ୍କୁ ଅଧିକ ପ୍ରୋତ୍ସାହିତ ଓ ସଶକ୍ତ କରିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post