ବିଗବସ ଫେମ ଶେହନାଜ ଗିଲ ତାଙ୍କ କିୟୁଟନେସ ଏବଂ ତାଙ୍କ ନ୍ୟାଚୁରାଲିଟି ପାଇଁ ଦର୍ଶକଙ୍କର ମନରେ ରାଜ କରିନ୍ତି । ନିକଟରେ ସେ ତାଙ୍କ ଫିଲ୍ମ ‘ଥ୍ୟାଙ୍କ୍ ୟୁ ଫର୍ କମିଙ୍ଗ୍’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ଶେହନାଜଙ୍କ ଅଭିନୟକୁ ବେଶ ପ୍ରଶଂସା କରୁଛନ୍ତି ଦର୍ଶକମାନେ । ହେଲେ ଏଥି ମଧ୍ୟରେ ଶେହନାଜଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା ।ଏହି ସଂକ୍ରମଣ ଏତେ ବଢି ଯାଇଥିଲା ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଏହି ଖବରଟି ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ ହେବାର କାମନା କରିଛନ୍ତି । ନିକଟରେ ଶେହନାଜ ଇନଷ୍ଟାଗ୍ରାମ ଲାଇଭରେ ଆସି ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ଦେଇଛନ୍ତି। ଲାଇଭ ରେ ଆସି ଶେହନାଜ ବହୁତ ଭାବୁକ ହୋଇ କହିଥିଲେ, ସମସ୍ତଙ୍କର ସମୟ ଆସେ, ସମସ୍ତଙ୍କର ସମୟ ଚାଲିଯାଏ। ମୋ ସହିତ ମଧ୍ୟ ସମାନ ଘଟଣା ଘଟିଛି। ମୁଁ ବର୍ତ୍ତମାନ ଭଲ ଅଛି। ମୋର ସଂକ୍ରମଣ ହୋଇଥିଲା। ଏହି ସେସନରେ ଅଭିନେତା ଅନିଲ କପୁର ମଧ୍ୟ ଯୋଗ ଦେଇଥିଲେ । ଏବଂ ତାଙ୍କର ଆରୋଗ୍ୟ ହେବାର କାମନା ମଧ୍ୟ କରିଥିଲେ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Next Post