ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣା; ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର କୋଚ୍ ଲାଇନଚ୍ୟୁତ
ବିହାରରେ ଟ୍ରେନ୍ ଦୁର୍ଘଟଣା ଘଟିବା ପରେ 4 ଜଣଙ୍କ ମୃତ୍ୟୁ ଘଟିଥିବା ରେଳବାଇ ପକ୍ଷରୁ କୁହାଯାଇଛି । ରାତିରେ ଟ୍ରାକରୁ ବାହାରିଗଲା ଟ୍ରେନ୍ ବଗି । ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ଜଣାପଡିଛି । ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ରାତିସାରା ଉଦ୍ଧାରକାର୍ଯ୍ୟ ଚାଲିଛି । ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍ରୁ ଆସାମର ଗୌହାଟୀ ଅନ୍ତର୍ଗତ କାମାଖ୍ୟା ଜଙ୍କ୍ସନ୍ ଅଭିମୁଖେ ଯାଉଥିବା ବେଳେ ରାତି ୯.୫୩ରେ ‘ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍’ର ୬ଟି ବଗି ଧାରଣାଚ୍ୟୁ ହୋଇଥିଲା। ଟେଲିଭିଜନ୍ରେ ପ୍ରସାରିତ ଫଟୋରେ ଦେଖାଯାଉଛି, ଅନ୍ୟୂନ ୨ଟି ‘ଏସି ୩ ଟିୟର୍’ କୋଚ୍ ଓଲଟି ପଡ଼ିଥିବା ବେଳେ ଆଉ ୪ଟି କୋଚ୍ ଟ୍ରାକ୍ରୁ ଛିଟିକି ପଡ଼ିଛି। ରେଳ ମନ୍ତ୍ରାଳୟ କହିଛି, ଟ୍ରେନ୍ ନମ୍ବର ୧୨୫୦୬ (ଆନନ୍ଦ ବିହାର ଟର୍ମିନାଲ୍ରୁ କାମାଖ୍ୟା) ରଘୁନାଥପୁର ଷ୍ଟେସନ୍ର ମୁଖ୍ୟ ଲାଇନ୍ ଅତିକ୍ରମ କରୁଥିବା ବେଳେ ୬ଟି ବଗି ବା କୋଚ୍ ଧାରଣାଚ୍ୟୁତ ହୋଇଗଲା।