୨୦୨୪ ଆରମ୍ଭ ସୁଦ୍ଧା ନୂଆ ଜେନେରେସେନର ସ୍ୱିଫ୍ଟ ହ୍ୟାଚ୍ ବ୍ୟାକ୍ ଏବଂ ଡିଜାଇର କମ୍ପାକ୍ଟ ସେଡାନ୍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଉଭୟ ନୂଆ ମଡେଲରେ ନୂଆ ଡିଜାଇନ୍ ଏବଂ ଭଲ ଫିଚର୍ସ ମିଳିବ । ଏହା ବ୍ୟତୀତ ଇଲେକ୍ଟ୍ରିକ୍ ମୋବିଲିଟିରେ କମ୍ପାନୀ ୨୦୨୫ ମସିହାରେ eXV କନସେପ୍ଟ ବେସଡ୍ ଇଲେକ୍ଟ୍ରିକ୍ SUV ମଧ୍ୟ ଲଞ୍ଚ କରିବ । ଏହା ବ୍ୟତୀତ କାର ପ୍ରେମୀମାନେ ଗ୍ରାଣ୍ଡ ଭିଟାରା ଉପରେ ଆଧାରିତ ୭ ସିଟ୍ ବିଶିଷ୍ଟ ଏସୟୁଭି ମଧ୍ୟ ପାଇବାର ଆଶା ରହିଛି, ଯାହା ଆସନ୍ତା ବର୍ଷରେ ବଜାରରେ ଲଞ୍ଚ ହେବ ବୋଲି କୁହାଯାଉଛି ।ମାରୁତି ସୁଜୁକି ଏକ ନୂଆ ଥ୍ରୀ-ରୋ ଏସୟୁଭିର ନିର୍ମାଣ କରୁଛି, ଯାହାର କୋଡ଼ ନେମ୍ ବର୍ତ୍ତମାନ Y17 ରହିଛି । ଏହା ଗ୍ରାଣ୍ଡ ଭିଟାରା ଉପରେ ବେସଡ୍ ହୋଇଥିବା ଏକ SUV ହୋଇପାରେ ।ପରବର୍ତ୍ତୀ ଜେନେରେସେନ ସୁଜୁକି ସ୍ୱିଫ୍ଟ ଏବଂ ଡିଜାଇର କାରରେ ଥିବା ଡିଜାଇନ୍, ଫିଚର୍ସ ଏବଂ ମାଇଲେଜ୍ ମାମଲାରେ ବଡ଼ ପରିବର୍ତ୍ତନ ହେବ । ଉଭୟ ମଡେଲରେ ୧.୨L, ୩-ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ୍ ରହିବ, ଯାହା ଟୟୋଟାର ଷ୍ଟ୍ରଙ୍ଗ ହାଇବ୍ରିଡ୍ ଟେକ୍ନୋଲୋଜି ସହିତ ମଧ୍ୟ ଲ୍ୟାସ କରାଯାଇପାରିବ । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଦୁଇଟି କାରକୁ ୨୦୨୪ ମସିହାରେ ଭାରତରେ ଲଞ୍ଚ କରାଯିବ ଏବଂ ଏହି କାର ଗୁଡ଼ିକର ମାଇଲେଜ୍ ୩୫-୪୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ।
Trending
- ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ନିର୍ଦ୍ଦେଶ ଜାରି
- ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୃତକ ଜଣକ କଟକର ଅବିରାମ ଦାସ
- ପେପର ଲିକ୍ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ ଏବଂ ୧୦ କୋଟିର ଜରିମାନା ଦେବାକୁ ପଡ଼ିବ
- ଆଜି ପବିତ୍ର ବାହୁଡ଼ା ଯାତ୍ରା, କାଳିଆର ପହଣ୍ଡି ବିଜେ ,ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ
- ଅଗଷ୍ଟ ୧୬ରେ ଡିଜିପି ଖୁରାନିଆଙ୍କ ଅବସର,ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ୨୬ ଦିନର ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ,ଅହିଂସାର ପଥରେ ଆନ୍ଦୋଳନ ଜାରି ରଖିବାକୁ ଦେଲେ ଆହ୍ୱାନ
- ଆଜି ପବିତ୍ର ବାହୁଡ଼ା ଯାତ୍ରା , ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାବିଗ୍ରହ
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ