ନେଦରଲାଣ୍ଡ୍ସକୁ ୯୯ ରନ୍ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ
ହାଇଦ୍ରାବାଦ:ଚଳିତ ବିଶ୍ବକପରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ବିଜୟ ହାସଲ କରିଛି । ନେଦରଲାଣ୍ଡ୍ସକୁ ୯୯ ରନ୍ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ମିଚେଲ୍ ସାଣ୍ଟନରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପରେ ନ୍ୟୁଜିଲାଣ୍ଡ ଚଳିତ ବିଶ୍ବକପ୍ରେ ଲଗାତାର ବିଜୟ ପାଇଛି। ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡକୁ ୯ ୱିକେଟ୍ରେ ହରାଇଥିବା ନ୍ୟୁଜିଲାଣ୍ଡ ସୋମବାର ୯୯ ରନ୍ରେ ନେଦରଲାଣ୍ଡ୍ସକୁ ମାତ୍ ଦେଇଛି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପକ୍ଷରୁ ଧାର୍ଯ୍ୟ ୩୨୩ ରନ୍ର ଲକ୍ଷ୍ୟକୁ ନେଦରଲାଣ୍ଡ୍ସ ପିଛା କରି ୪୬.୩ ଓଭର ସୁଦ୍ଧା ସମସ୍ତ ୱିକେଟ୍ ହରାଇ ୨୨୩ ରନ୍ କରିପାରିଥିଲା। କଲିନ୍ ଆକରମନ୍ ଏକମାତ୍ର ବ୍ୟାଟର୍ ଭାବେ ଅର୍ଦ୍ଧଶତକ ୬୯ ଅର୍ଜନ କରିଥିଲା ବେଳେ ଅଧିନାୟକ ସ୍କଟ୍ ଏଡୱାର୍ଡ୍ସ କେବଳ ୩୦ ରନ୍ ଯୋଡ଼ିଥିଲେ। ମିଚେଲ୍ ସାଣ୍ଟନର ନେଦରଲାଣ୍ଡ୍ସର ଅଧା ୱିକେଟ୍ ଝଡ଼ାଇ ଦଳର ମେରୁଦଣ୍ଡ ଭାଙ୍ଗିଦେଇଥିଲେ। ଏଥିସହ ଚଳିତ ବିଶ୍ବକପ୍ରେ ସେ ପ୍ରଥମ ବୋଲର ଭାବେ ୫ ୱିକେଟ୍ ସଫଳତା ପାଇଥିଲେ।