ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଥରେ ନୋଟିଫିକେସନକୁ ଭଲ ଭାବେ ପଢ଼ି ନିଅନ୍ତୁ ।ଅଡିଟର, ଅଡିଟର (ସିଏଏ), ଟେକ୍ସଟାଇଲ ଇନ୍ସପେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ୱେଲଫେୟାର ଏକ୍ସଟେନସନ ଅଫିସର (ଡବ୍ଲ୍ୟଇଓ), ହାଣ୍ଡିକ୍ରାଫ୍ଟସ ପ୍ରମୋସନ ଅଫିସର, ଜୁନିୟର ଆକାଉଣ୍ଟାଣ୍ଟ ଏପରି ଭାବେ ୩୧ ପ୍ରକାର ପଦରେ ଚାକିରି କରିବାର ସୁଯୋଗ ରହିଛି । ଅକ୍ଟୋବର ମାସ ୧୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ମାସ ୧୪ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ନଭେମ୍ବର ୧୭ ତାରିଖ ସୁଦ୍ଧା ସେମାନଙ୍କର ଆପ୍ଲିକେସନ ଫର୍ମ ସଂଶୋଧନ କରିପାରିବେ ।ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୩୮ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିଥିବେ ଓ ଓଡ଼ିଆ ଭାଷା ପରୀକ୍ଷାରେ ପାସ୍ କରିଥିବେ । ଏଥିସହିତ କମ୍ପ୍ୟୁଟର, ଇଣ୍ଟରନେଟ, ଇ-ମେଲ, ୱାର୍ଡ ପ୍ରୋସେସିଂ, ତଥ୍ୟ ସମୀକ୍ଷା, ଉପସ୍ଥାପନ ଜାଣିଥିବେ । ସମସ୍ତ ପଦ ପାଇଁ ଅଲଗା ଅଲଗା ସଂଖ୍ୟା ରହିଛି ।
Trending
- ଗୁଜରାଟ-ରାଜସ୍ଥାନ ସୀମାରେ ଭୂମିକମ୍ପ ଅନୁଭୂତ
- ଗଠନ ହେବ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ରକ୍ଷା ବନ୍ଧନରେ କୁନି ଶିଶୁର ଅନୁରୋଧକୁ ରକ୍ଷା କଲେ ପ୍ରଧାନମନ୍ତ୍ର
- ରକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ହିତାଧିକାରୀଙ୍କ ଖାତାକୁ ଆସିଛି
- ରାତି ପାହିଲେ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା
- ଭାରତବାସୀଙ୍କୁ ସୁଲଭ ମୂଲ୍ୟରେ ଏଲପିଜି ଦେବା ପାଇଁ ୩୦ହଜାର କୋଟିର ଉପହାର ଘୋଷଣା କଲେ କେନ୍ଦ୍ର ସରକାର
- ହସ୍ତତନ୍ତ ଆତ୍ମନିର୍ଭରଶୀଳତାର ପ୍ରତୀକ; ଶ୍ରୀ ଶିବରାଜ ସିଂହ
- ୧୧ତମ ଜାତୀୟ ହସ୍ତତନ୍ତ ଦିବସରେ ସମ୍ମାନଜନକ ହସ୍ତତନ୍ତ ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ
- ମାଲ ପରିବହନକୁ ୨୩୦ ନିୟୁତ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ
- ଭାରତ କେବେବି ଏହାର ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ – ପ୍ରଧାନମନ୍ତ୍ରୀ
Prev Post
Next Post