ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଦ୍ରବ୍ୟ ଓ ସେବା କର (ଜିଏସଟି)ର ୫୨ତମ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି । ଅନେକ ସାମଗ୍ରୀ ଶସ୍ତା ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ମହଙ୍ଗା ହୋଇଛି । ଉକ୍ତ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇଥିଲେ ।ଖୋଲାରେ ବିକ୍ରି ହେଉଥିବା ୭୦ ପ୍ରତିଶତ ମିଲେଟ ମିଶ୍ରିତ ଅଟା ସାମଗ୍ରୀରେ ଜିଏସଟି ଲାଗିବନି । ଏଥିସହିତ ୭୦ ପ୍ରତିଶତ ମିଲେଟ ମିଶ୍ରିତ ବ୍ରାଣ୍ଡେଡ ଅଟା ଉପରେ ୧୮ ପ୍ରତିଶତ ବଦଳରେ ୫ ପ୍ରତିଶତ ଜିଏସଟି ଲାଗିବ । ଓଡ଼ିଶାର ଦାବିକୁ ଜିଏସଟି ପରିଷଦ ଗ୍ରହଣ କରିଥିଲା । ଯଅ, ବାଜରା ଓ ରାଗୀ ଆଦି ପ୍ରସ୍ତୁତ ଖାଦ୍ୟକୁ ଟିକସମୁକ୍ତ କରାଯାଇଛି । ଏବେ ସେଥିରେ ୧୮ ପ୍ରତିଶତ ଟିକସ ଲାଗୁଛି ।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post