ଜାନୁଆରୀ ୧ ତାରିଖରେ ମେଟ୍ରୋ ପ୍ରୋଜେକ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ ବର୍ଷ ଭିତରେ ପ୍ରକଳ୍ପ ସରିବ । ଫାଇଭ୍ ଟି ଅଧୀନରେ ନିର୍ମାଣ ହେବ ମେଟ୍ରୋ ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆରୁ ଭୁବନଶ୍ବର ଏୟାରପୋର୍ଟ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ୨୦ଟି ଷ୍ଟେସନରେ ରହଣି ବ୍ୟବସ୍ଥା ହେବ ।ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ଡିପିଆରକୁ ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବରେ ଅନୁମୋଦନ ଦେଇଛନ୍ତି । ଏହି ପ୍ରକଳ୍ପରେ ଖର୍ଚ୍ଚ ହେବ ମୋଟ୍ ୫ହଜାର ୯୨୯ କୋଟି ଟଙ୍କା । ନିକଟରେ ଅତିରିକ୍ତି ବଜେଟରେ ଏହି ପ୍ରକଳ୍ପ ପାଇଁ ୨୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । କମିଟି ପ୍ରକଳ୍ପ କାର୍ଯ୍ୟର ତଦାରଖ କରିବ । ଗତ ଏପ୍ରିଲ ୧ ତାରିଖରେ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
Trending
- ଅକ୍ଷୟ ତୃତୀୟା ଅବସରରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ
- ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ ହେବ
- ବୋମା ମାଡ଼ ଘଟଣା ୩ଅଭିଯୁକ୍ତ ଗିରଫ
- ନିଆଁ ଲାଗି ପୋଡିଗଲା ୩ବଖରା ଚାଳ ଘର ଓ ଗୋଟିଏ ଦୋକାନ ଗୃହ
- ଟାଙ୍ଗୀ ବ୍ଲକ କଂଗ୍ରେସ ର ମହମବତୀ ଶୋଭାଯାତ୍ରା
- ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜିର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ
- ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୪ ମାଓବାଦୀ
- ବିଭିନ୍ନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ୭୧ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ପହଲଗାମରେ ଆତଙ୍କବାଦୀ ଆକ୍ରମଣର ସବୁଠାରୁ ଡରାଇଲା ଭଳି ଭିଡିଓ ସାମ୍ନାକୁ ଆସିଛି
- ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ହୁସେନ ରାଣାର ଏନଆଇଏ ହେପାଜତ ୧୨ ଦିନ ବୃଦ୍ଧି
Prev Post
Next Post