ବହୁ ପୁରୁଣା ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ । ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ଯେତେବେଳେ ଜିଓନିଷ୍ଟମାନେ ଓଟ୍ଟୋମାନ୍ ନିୟନ୍ତ୍ରଣରେ ଥିବା ପାଲେଷ୍ଟାଇନ୍ରେ ଇହୁଦୀମାନଙ୍କ ପାଇଁ ନିଜସ୍ବ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଚାହିଁଲେ ସେବେଠାରୁ ବିବାଦର ସୂତ୍ରପାତ ହୋଇଥିଲା। ୧୯୧୭ରେ ବ୍ରିଟିଶ ସରକାର ବାଲ୍ପୋର ଡିକ୍ଲାରେଶନ ଜାରି କରିଥିଲେ, ଯାହା ପାଲେଷ୍ଟାଇନରେ ଇହୁଦୀ ହୋମ୍ଲ୍ୟାଣ୍ଡ ଚିନ୍ତାଧାରାକୁ ଜନ୍ମ ଦେଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ଧ୍ୱଂସଲୀଳା ପରେ ପାଲେଷ୍ଟାଇନରେ ଇହୁଦୀ ରାଷ୍ଟ୍ର ପ୍ରତିଷ୍ଠା ଲାଗି ଅନ୍ତର୍ଜାତୀୟ ସ୍ତରରେ ଚାପ ଜୋର୍ଦାର ହୋଇଥିଲା, ଯେଉଁଥିରୁ ୧୯୪୮ରେ ଇସ୍ରାଏଲ୍ର ସୃଷ୍ଟି। ଇସ୍ରାଏଲ୍ ପ୍ରତିଷ୍ଠା ହେବା ସହ ଯୁଦ୍ଧ ଯୋଗୁ ଲକ୍ଷ ଲକ୍ଷ ପାଲେଷ୍ଟାଇନ୍ ବିସ୍ଥାପିତ ହୋଇ ଶରଣାର୍ଥୀ ହେଲେ। ଏହାକୁ ନେଇ ବହୁ ଦଶନ୍ଧି ଧରି ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ଲାଗି ରହିଛି। ପାଲେଷ୍ଟାଇନ୍ର ଅନୂ୍ୟନ କିଛି ଅଂଶରେ ପାଲେଷ୍ଟିନୀୟମାନେ ସେମାନଙ୍କର ନିଜସ୍ବ ସ୍ବାଧୀନ ରାଷ୍ଟ୍ର ସ୍ଥାପନ ଚାହାନ୍ତି। ଇସ୍ରାଏଲ୍ ନିଜର ସୀମାକୁ ସୁରକ୍ଷିତ ରଖିବା ସହ ଓ୍ବେଷ୍ଟବ୍ୟାଙ୍କକୁ ଅକ୍ତିଆର କରିଥିବାବେଳେ ଇଜିପ୍ଟିଆନ୍ ଇସ୍ରାଏଲୀ ଗାଜା ଷ୍ଟ୍ରିପ୍କୁ ଅବରୋଧ କରି ରଖିଛନ୍ତି।ଶାନ୍ତି ବୁଝାମଣା ଲାଗି ବିଗତ ବର୍ଷମାନଙ୍କରେ ଅନେକ ଉଦ୍ୟମ ହୋଇଛି। ତେବେ ଶାନ୍ତି ରାଜିନାମା ତିଷ୍ଠିପାରି ନାହିଁ। ବିବାଦକୁ ନେଇ ଅନେକ ସମୟରେ ହିଂସାତ୍ମକ ସଂଘର୍ଷ ଘଟିଛି। ପାଲେଷ୍ଟିନୀୟ ବିଦ୍ରୋହୀ ଆକ୍ରମଣ କରିଥିବାବେଳେ ଇସ୍ରାଏଲ୍ ପକ୍ଷରୁ ସାମରିକ ଅଭିଯାନ କରାଯାଇଛି। ଆମେରିକା ଓ ଅନ୍ୟ କେତେକ ଦେଶ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିବାବେଳେ ଓ୍ବେଷ୍ଟବ୍ୟାଙ୍କରେ ଇସ୍ରାଏଲୀୟଙ୍କ ଆଧିପତ୍ୟ, ଜେରୁଜେଲମ୍ର ବୈଧାନିକ ସ୍ଥିତି ଏବଂ ପାଲେଷ୍ଟାଇନ୍ ଶରଣାର୍ଥୀ ଆଦି ଅନେକ ପ୍ରତିବନ୍ଧକ ଯୋଗୁ ତାହା ସଫଳ ହୋଇପାରି ନାହିଁ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post