ଏସୀୟ କ୍ରୀଡ଼ାରେ ୧୦୦-ପଦକ ଲକ୍ଷ୍ୟ ହାସଲ କଲା ଭାରତ

ହାଙ୍ଗ୍‌ଜୌ: ଚଳିତ ବର୍ଷ ଚୀନ୍‌ରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ୧୮୭ଟି ସ୍ବର୍ଣ୍ଣ, ୧୦୪ଟି ରୌପ୍ୟ ଓ ୬୩ଟି କାଂସ୍ୟ ପଦକ ସହିତ ୩୫୪ଟି ପଦକ ଲାଭ କରି ଚୀନ ପ୍ରଥମ ସ୍ଥାନରେ ରହିଛି। ୧୬୯ ପଦକ ସହିତ ଜାପାନ ଦ୍ବିତୀୟ ଓ ୧୭୧ ପଦକ ସହିତ କୋରିଆ ସାଧାରଣତନ୍ତ୍ର ତୃତୀୟ ସ୍ଥାନରେ ଥିବା ବ‌େଳେ ୧୦୦ ପଦକ ହାସଲ କରିଥିବା ଭାରତ ୪ର୍ଥ ସ୍ଥାନରେ ରହିଛି। ଚୀନ୍‌ର ହାଙ୍ଗ୍‌ଜୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ୧୦୦ତମ ପଦକ ଜିଣି ଭାରତୀୟ ଦଳ ତା’ର ଲକ୍ଷ୍ୟ ‘ଇସ୍‌ ବାର୍‌ ସୌ ପାର୍’  ହାସଲ କରିଛି। ଏହା ପରେ ପରେ ଭାରତର ମହିଳା କବାଡ଼ି ଟିମ୍‌ ଚାଇନିଜ୍‌ ତାଇପେଇ ଉପରେ ବିଜୟ ହାସଲ କରି ଦେଶ ପାଇଁ ଔପଚାରିକ ଭାବେ ୧୦୦ତମ ପଦକ ଜିଣିଲା। ଭାରତ ହାସଲ କରିଥିବା ୧୦୦ଟି ପଦକ ମଧ୍ୟରେ ରହିଛି ୨୫ଟି ସ୍ବର୍ଣ୍ଣ, ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ୍‌ ପଦକ। କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଦଳ ତୀର ଚାଳନା ଓ ମହିଳା କବାଡ଼ିରେ ଗୋଟିକ ପରେ ଗୋଟିଏ କରି ୩ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ଏହି ଗୌରବ ଅର୍ଜନ କରିଛି।