କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତସ୍ଥ ଖଣ୍ଡିଆବନ୍ଧ ଗ୍ରାମରେ ଗୁରୁବାର ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ଏହି ଗ୍ରାମର ଡା. ସୁଜିତ କୁମାର ସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଏବେବି ଚିକିତ୍ସିତ ହେଉଛନ୍ତି। ରାସ୍ତା ପାର୍ଶ୍ୱରେ ଶୁଖା ଯାଇଥିବା ବାଣ ଉପରେ ତାଙ୍କ କାର ଚଢ଼ିଯିବାରୁ ଏହି ବିସ୍ଫୋରଣ ହୋଇଥିଲା। ସେହିପରି ୨୦୨୨ ନଭେମ୍ବର ୨୩ରେ ବାଣୁଆର ଅସାବଧାନତାରୁ ଏହି ଥାନା ଅନ୍ତର୍ଗତ ବାଲିଆ ବଜାରର କାର୍ତ୍ତିକେଶ୍ୱର ଭସାଣିରେ ବଡ଼ଧରଣର ବାଣ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ମୃତାହତଙ୍କ ସଂଖ୍ୟା ୪୦ରୁ ଅଧିକ ଥିଲା। ଏହି ୨ ଘଟଣା ଏବେ ବାଣ ନିର୍ମାଣକାରୀଙ୍କ ଜୀବିକାକୁ ଦୋଛକିରେ ପହଞ୍ଚାଇ ଦେଇଛି। ପାର୍ବଣ ଋତୁ ଓ ବିବାହ ବ୍ରତରେ ବାଣ ଉପଯୋଗ ପ୍ରତି ଅଧିକ କଟକଣା ହେବା ଆଶଙ୍କା କରାଯାଉଛି। ଅପରପକ୍ଷରେ ବେଆଇନ ଭାବେ ବାଣ ନିର୍ମାଣ ହେଉଥିବା ସ୍ଥାନରେ ପରିବାରର ଶିଶୁ ସଦସ୍ୟ ସାମିଲ ନେଇ ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଜିଲା ପୋଲିସ ଏ ସମ୍ପର୍କରେ ସଚେତନତା ସୃଷ୍ଟି ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମତ ମିଳିଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ନିହାର କୁମାର ପ୍ରଧାନ କହିଛନ୍ତି, ସାମାନ୍ୟ ଅସାବଧନତା ଯୋଗୁ ବାଣ ବିସ୍ଫୋରଣରେ ଜୀବନ ଯିବା ଘଟଣା ଗତବର୍ଷ ବାଲିଆଠାରେ ଦେଖିବାକୁ ମିଳିଥିଲା। ସେହିପରି ଗୁରୁବାର ଖଣ୍ଡିଆବନ୍ଧ ଗ୍ରାମର ବାଣ ନିର୍ମାଣକାରୀ ରମାକାନ୍ତ ମଲ୍ଲିକଙ୍କ ଅସାବଧାନତା ପାଇଁ କାର ସମେତ କେତେକ ଘର ନଷ୍ଟ ହୋଇଛି। ଏଥିସହ ଡା. ସାମଲ ଗୁରୁତର ହୋଇଛନ୍ତି। ଏହି ୨ ଘଟଣାକୁ ତର୍ଜମା କଲେ ବାଣ ପ୍ରତି ଅସବଧାନତା ଘଟଣା ପଦାକୁ ଆସିଛି। ବାଲିଆଠାରେ ବାଣ ଥିବା ସ୍ଥାନରେ ଚକ୍ରିବାଣ ଚଳାଇବା ସମୟରେ ନିଆଁ ଝୁଲ ପଡ଼ି ବିସ୍ଫୋରଣ ହୋଇଥିଲା। ସେହିପରି ଖଣ୍ଡିଆବନ୍ଧ ଗ୍ରାମରେ ରାସ୍ତା ପାର୍ଶ୍ୱରେ ବାଣ ଶୁଖା ଯାଉଥିଲା। ପ୍ରଥମ କଥା ଯେ, ଏହି ବାଣ ନିର୍ମାଣ ପାଇଁ ଜିଲାରେ କାହାକୁ ଅନୁମତି ନ ଥିବା ତଦନ୍ତ ସମୟରେ ଜଣାପଡ଼ିଛି। ତେବେ ନିର୍ମାଣ ସମୟରେ ପରିବାରର ଶିଶୁ ସଦସ୍ୟଙ୍କୁ ସାମିଲ କରାଯାଉଥିବା ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି।
Trending
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
Next Post