ମଣିପୁରରେ ଆଉ ୫ ଦିନ ବଢିଲା ଇଣ୍ଟରନେଟ୍‌ ବନ୍ଦ

ଅକ୍ଟୋବର ୧୧ ସନ୍ଧ୍ୟା ୭.୪୫ ପର୍ଯ୍ୟନ୍ତ

ମଣିପୁରରେ ହିଂସା ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ରାଜ୍ୟରେ ଇଣ୍ଟରନେଟ୍‌ ଉପରେ ଥିବା ପ୍ରତିବନ୍ଧକକୁ ଆହୁରି ୫ ଦିନ ବୃଦ୍ଧି କରିଛି। ମଣିପୁର ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ଏକ ନିର୍ଦ୍ଦେଶରେ କୁହାଯାଇଛି, ସୁରକ୍ଷା ବାହିନୀ ସହ ସଂଘର୍ଷ, ନିର୍ବାଚିତ ସଦସ୍ୟଙ୍କ ବାସଭବନ ଆଗରେ ଭିଡ଼ ଲଗାଇବାକୁ ଚେଷ୍ଟା ଏବଂ ପୋଲିସ ଷ୍ଟେଶନ ସାମ୍ନାରେ ବିରୋଧ ପ୍ରଦର୍ଶନ ଆଜି ଘଟଣା ଏବେ ମଧ୍ୟ ରିପୋର୍ଟ କରାଯାଉଛି।ଯାହା ପାଇଁ ଇଣ୍ଟରନେଟ୍‌ ପ୍ରତିବନ୍ଧକକୁ ଆଉ ୫ ଦିନ ବଢାଇଦିଆଯାଇଛି। ଏହି ପ୍ରତିବନ୍ଧକ ଅକ୍ଟୋବର ୧୧ ସନ୍ଧ୍ୟା ୭.୪୫ ପର୍ଯ୍ୟନ୍ତ ବଳବତ୍ତର ରହିବ।