କ୍ରିକେଟ୍‌ ଫାଇନାଲ୍‌ରେ ଭାରତ-ଆଫଗାନିସ୍ତାନ

ହାଙ୍ଗ୍‌ଝୌ: ଚଳିତ ଏସୀୟ କ୍ରୀଡ଼ାର କ୍ରିକେଟ୍‌ରୁ ଭାରତର ଆଉ ଏକ ପଦକ ନିଶ୍ଚିତ ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ସ୍ବର୍ଣ୍ଣ ପଦକ ଜିତି ସାରିଥିବାବେଳେ ପୁରୁଷ ଦଳ ସମାନ ପଦକ ନେଇ ଫେରିବା ଲାଗି ଗୋଟିଏ ବିଜୟ ଦୂରରେ ରହିଛନ୍ତି। ଶନିବାର ଭାରତ ସ୍ବର୍ଣ୍ଣ ପଦକ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ଶୁକ୍ରବାର ସେମିଫାଇନାଲ୍‌ରେ ଭାରତ ୯ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଥିବାବେଳେ ଆଫଗାନିସ୍ତାନ ରୋମାଞ୍ଚକ ମ୍ୟାଚ୍‌ରେ ପାକିସ୍ତାନକୁ ୪ ୱିକେଟ୍‌ରେ ପରାସ୍ତ କରିଥିଲା।