ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍; ଜାପାନକୁ ୫-୧ରେ ହରାଇ ଆଣିଲା ସ୍ବର୍ଣ୍ଣ
ହାଙ୍ଗଝୌ: ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍ । ଜାପାନକୁ ୫-୧ରେ ହରାଇ ଜିତିଲା ସ୍ବର୍ଣ୍ଣ । ଭାରତୀୟ ପୁରୁଷ ହକି ଟିମ୍ ଶୁକ୍ରବାର ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି। ଚୀନର ହାଙ୍ଗଝୌରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଗତ ଚାମ୍ପିଅନ ଜାପାନକୁ ୫-୧ ଗୋଲରେ ପରାସ୍ତ କରିଛି। ଭାରତୀୟ ପୁରୁଷ ହକି ଟିମ୍ ଏସୀୟ କ୍ରୀଡ଼ାରେ ୪ର୍ଥ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ୧୯୬୬, ୧୯୯୮ ଓ ୨୦୧୪ରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହା ବ୍ୟତୀତ ଭାରତୀୟ ଟିମ୍ ୯ଥର ରୌପ୍ୟ ଓ ୩ କାଂସ୍ୟ ପଦକ ଜିତିଥିଲା। ଭାରତ ତରଫରୁ ଅଧିନାୟକ ହରମନପ୍ରୀତ ସିଂହ ସର୍ବାଧିକ ୨ଟି ଗୋଲ ଦେଇଥିଲେ। ସେହିପରି ମନପ୍ରୀତ ସିଂହ, ଅଭିଷେକ ଓ ଓଡ଼ିଆ ପୁଅ ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଜାପାନ ତରଫରୁ ଏକମାତ୍ର ଗୋଲ ଦେଇଥିଲେ ସେରେନ ତନାକା। ଏହି ବିଜୟର ସହିତ ଭାରତ ଆସନ୍ତା ବର୍ଷ ପ୍ୟାରିସରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଟିକେଟ୍ ହାସଲ କରିଛି।