କୂଟନୀତିଜ୍ଞଙ୍କୁ କୁଆଲାଲମ୍ପୁର ଓ ସିଙ୍ଗାପୁର ପଠାଇଲେ କାନାଡା ସରକାର
ଭାରତର କଡା ନିର୍ଦେଶ ପରେ କୂଟନୀତିଜ୍ଞଙ୍କୁ କୁଆଲାଲମ୍ପୁର ଓ ସିଙ୍ଗାପୁର ପଠାଇଲେ କାନାଡା ସରକାର । କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟା ମାମଲା ନେଇ ଭାରତ-କାନାଡ଼ା ସଂପର୍କ ଅତି ତିକ୍ତ ହୋଇଉଠିଛି। ଏହି ହତ୍ୟାରେ ଭାରତର ହାତ ଅଛି ବୋଲି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ଼ୋ କରି ଆସୁଥିବା ଦାବିକୁ ଭାରତ ସରକାର ଦୃଢ଼ଭାବେ ଖଣ୍ଡନ କରିଛନ୍ତି। ବିବାଦ ମଧ୍ୟରେ ଭାରତରେ କୂଟନୀତିଜ୍ଞ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ସଂଖ୍ୟା ହ୍ରାସ କରିବା ପାଇଁ ଭାରତ ସରକାର କାନାଡ଼ାକୁ କହିଥିବା ବେଳେ ଏବେ ତାହା କରିବା ଆରମ୍ଭ କରିଛି କାନାଡା।