ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ ତାଙ୍କ ଲାଇଫ୍ଷ୍ଟାଇଲ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କିଙ୍ଗ ଖାନଙ୍କ ଫିଲ୍ମ ‘ଯବାନ’ ଦେଖିବା ପାଇଁ ନେଇ ଏବେ ମଧ୍ୟ ଲୋକଙ୍କ ଭିତରେ କ୍ରେଜ୍ ରହିଛି । ଫିଲ୍ମଟି ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରିଛି । ଶାହାରୁଖ ଖାନ ଏହି ଫିଲ୍ମରେ ୭ଟି ରୂପରେ ନଜର ଆସିଛନ୍ତି । ଏହି ଫିଲ୍ମରେ ତାଙ୍କ ପ୍ରତ୍ୟେକ ଟି ଲୁକ୍ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏବେ ଫ୍ୟାନ୍ସ ତାଙ୍କ ଅପକମିଂ ଫିଲ୍ମ ‘ଡଙ୍କି’କୁ ଉତ୍ସାହାର ସହ ଅପେକ୍ଷ୍ୟ କରିଛନ୍ତି । ହୁଏତ ଶାହାରୁଖ ଖାନ ଏହି ଫିଲ୍ମରେ ‘ଏଲିଏନ୍’ ଏଲିମେଣ୍ଟା ଭୂମିକାରେ ନଜର ଆସିପାରନ୍ତି।କିଙ୍ଗ ଖାନଙ୍କ ଅପକମିଂ ଫିଲ୍ମ ‘ଡଙ୍କି’କୁ ରାଜକୁମାର ହିରାନି ନିର୍ଦ୍ଦେଶନା ଦେଉଛନ୍ତି । ରାଜକୁମାର ହିରାନି ବଲିଉଡରେ ଅନେକ ଫିଲ୍ମ ତିଆରି କରିଛନ୍ତି।ସୂଚନା ମୁତାବକ, ଫିଲ୍ମ ‘ଡଙ୍କି’ର କାହାଣୀ ଭାରତରୁ ଇଲିଗଲ ଇମିଗ୍ରେସନ୍ କରୁଥିବା ଲୋକଙ୍କ ଉପରେ ଆଧାରିତ ହୋଇଥାଇପାରେ । ଇଲିଗଲ୍ ଭାବେ ବିଦେଶରେ ପହଞ୍ଚାଉଥିବା ପ୍ରକ୍ରିୟାକୁ ‘ଡଙ୍କି ଫ୍ଲାଇଟ୍’ କୁହାଯାଏ । ଫିଲ୍ମର ଷ୍ଟୋରିଟି ଏହି ପ୍ରକ୍ରିୟାକୁ ଅଟକାଇବାକୁ ନେଇ ହୋଇପାରେ । ତେବେ ଏହା ମଧ୍ୟ ହୋଇପାରେ ଯେ ରାଜକୁମାର ହିରାନି ନିଜ ସିଗ୍ନେଚର ଷ୍ଟାଇଲ୍ରେ ଫିଲ୍ମଟିର ମୁଖ୍ୟ ଭୂମିକାକୁ ‘ଏଲିୟନ’ ଏଲିମେଣ୍ଟ ଭାବେ ତିଆରି କରି ପାରନ୍ତି । ତେବେ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷାରେ ଅଛନ୍ତି ଯେ ଶାହାରୁଖ ଖାନ ଏହି ଫିଲ୍ମରେ କିପରି ଭାବେ ନଜର ଆସିବେ ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post
Next Post