ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ ତାଙ୍କ ଲାଇଫ୍ଷ୍ଟାଇଲ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କିଙ୍ଗ ଖାନଙ୍କ ଫିଲ୍ମ ‘ଯବାନ’ ଦେଖିବା ପାଇଁ ନେଇ ଏବେ ମଧ୍ୟ ଲୋକଙ୍କ ଭିତରେ କ୍ରେଜ୍ ରହିଛି । ଫିଲ୍ମଟି ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରିଛି । ଶାହାରୁଖ ଖାନ ଏହି ଫିଲ୍ମରେ ୭ଟି ରୂପରେ ନଜର ଆସିଛନ୍ତି । ଏହି ଫିଲ୍ମରେ ତାଙ୍କ ପ୍ରତ୍ୟେକ ଟି ଲୁକ୍ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଏବେ ଫ୍ୟାନ୍ସ ତାଙ୍କ ଅପକମିଂ ଫିଲ୍ମ ‘ଡଙ୍କି’କୁ ଉତ୍ସାହାର ସହ ଅପେକ୍ଷ୍ୟ କରିଛନ୍ତି । ହୁଏତ ଶାହାରୁଖ ଖାନ ଏହି ଫିଲ୍ମରେ ‘ଏଲିଏନ୍’ ଏଲିମେଣ୍ଟା ଭୂମିକାରେ ନଜର ଆସିପାରନ୍ତି।କିଙ୍ଗ ଖାନଙ୍କ ଅପକମିଂ ଫିଲ୍ମ ‘ଡଙ୍କି’କୁ ରାଜକୁମାର ହିରାନି ନିର୍ଦ୍ଦେଶନା ଦେଉଛନ୍ତି । ରାଜକୁମାର ହିରାନି ବଲିଉଡରେ ଅନେକ ଫିଲ୍ମ ତିଆରି କରିଛନ୍ତି।ସୂଚନା ମୁତାବକ, ଫିଲ୍ମ ‘ଡଙ୍କି’ର କାହାଣୀ ଭାରତରୁ ଇଲିଗଲ ଇମିଗ୍ରେସନ୍ କରୁଥିବା ଲୋକଙ୍କ ଉପରେ ଆଧାରିତ ହୋଇଥାଇପାରେ । ଇଲିଗଲ୍ ଭାବେ ବିଦେଶରେ ପହଞ୍ଚାଉଥିବା ପ୍ରକ୍ରିୟାକୁ ‘ଡଙ୍କି ଫ୍ଲାଇଟ୍’ କୁହାଯାଏ । ଫିଲ୍ମର ଷ୍ଟୋରିଟି ଏହି ପ୍ରକ୍ରିୟାକୁ ଅଟକାଇବାକୁ ନେଇ ହୋଇପାରେ । ତେବେ ଏହା ମଧ୍ୟ ହୋଇପାରେ ଯେ ରାଜକୁମାର ହିରାନି ନିଜ ସିଗ୍ନେଚର ଷ୍ଟାଇଲ୍ରେ ଫିଲ୍ମଟିର ମୁଖ୍ୟ ଭୂମିକାକୁ ‘ଏଲିୟନ’ ଏଲିମେଣ୍ଟ ଭାବେ ତିଆରି କରି ପାରନ୍ତି । ତେବେ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷାରେ ଅଛନ୍ତି ଯେ ଶାହାରୁଖ ଖାନ ଏହି ଫିଲ୍ମରେ କିପରି ଭାବେ ନଜର ଆସିବେ ।
Trending
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
Prev Post
Next Post