ରୁଷର ବର୍ବରତା । ୫୦ ନିରୀହ ଜନତାଙ୍କୁ ମୃତ୍ୟୁର ଶଯ୍ୟାରେ ଶୁଆଇ ଦେଇଛି ରୁଷ ସେନା। ଖାରକିଭରେ ରୁଷ ସେନାର ଅମାନୁଷିକ ଆକ୍ରମଣ। କୁପିଆନସ୍କ ଜିଲ୍ଲାର ଏକ ଗାଁରେ ଥିବା ଗୋଟିଏ ଗ୍ରୋସରୀ ଷ୍ଟୋର ଉପରେ ମିସାଇଲ ମାଡ଼ କରିଛି ରୁଷ ସେନା। ଏଥିରେ ୪୯ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ଜଣେ ୬ ବର୍ଷର ଶିଶୁ ଅଛି।ଶିଶୁଟିକୁ ଧ୍ବଂସାବଶେଷ ତଳୁ ଉଦ୍ଧାର କରାଯାଇଛି। ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଂକା ରହିଛି। ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭରୁ ନିରୀହ ଜନତାଙ୍କ ଜୀବନ ନେଉଛି ରୁଷ ସେନା। ଅତୀତରେ ୟୁକ୍ରେନର କେତେକ ସହରରେ ରୁଷ ସେନା ଗଣହତ୍ୟା କରିଛି
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post
Next Post