ଏସିଆନ ଗେମ୍ସର ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ ଓଡ଼ିଆ ପୁଅ କିଶୋର

ଏସିଆନ ଗେମ୍ସର ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ ଓଡ଼ିଆ ପୁଅ କିଶୋର  । ଏସିଆନ ଗେମ୍ସରେ  ଜାଭେଲିନରେ କିଶୋର ଜେନାଙ୍କୁ ମେଡାଲ । ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କଲେ କିଶୋର । ୮୭.୫୪ ମିଟର ଥ୍ରୋ କଲେ କିଶୋର ଜେନା । ବିଶ୍ବ ଚାମ୍ପିଆନସିପ୍‌ରେ ୫ ନମ୍ବର ସ୍ଥାନରେ ଥିଲେ କିଶୋର । ୫୦ ଲକ୍ଷ ଟଙ୍କା ସହ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ । ଏସିଆନ ଗେମ୍ସ ପାଇଁ କହିଥିଲେ ‘ଅଲ ଦ ବେଷ୍ଟ’ ।  କିଶୋରଙ୍କ ନୂଆ ପର୍ସନାଲ ବେଷ୍ଟ ସ୍କୋର ୮୭.୫୪ ମିଟର । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ଜିତିଲେ ସୁନା ପୁଅ ନୀରଜ ଚୋପ୍ରା । ସେପଟେ ନୀରଜ ଚୋପ୍ରା ୮୮.୮୮ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ସେହିପରି କିଶୋର ଜେନା ୮୭.୫୪ ମିଟର ଜାଭଲିନ୍ ଥ୍ରୋ କରିଥିଲେ । ଓଡ଼ିଆ ପୁଅ କିଶୋର କୁମାର ଜେନାଙ୍କୁ ରାଜ୍ୟ ସରକାର ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଚାଇନାରେ ଚାଲିଥିବା ଏସିଆନ୍ ଗେମସ ପ୍ରତିଯୋଗିତାରେ ସଫଳତା ପାଇଁ କିଶୋରଙ୍କୁ ଅଭିନନ୍ଦନ ଜଣାଇବା ସହ କିଶୋରଙ୍କ ସଫଳତା ଉଭୟ ରାଜ୍ୟ ଓ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର କ୍ରୀଡ଼ା ଇତିହାସରେ ଏହା ସ୍ମରଣୀୟ ହୋଇ ରହିବ। ଏ