ଚାଇନାର ହାଙ୍ଗଝୋରେ ଖେଳାଯାଉଥିବା ୨୦୨୩ ଏସିଆନ ଗେମ୍ସରେ ଭାରତ ଇତିହାସ ରଚିଛି। ଏସିଆନ ଗେମ୍ସର ୧୧ ତମ ଦିନରେ ଦୁଇଟି ପଦକ ଜିତି ଭାରତ ଏସିଆନ ଗେମ୍ସର ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବାରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି।୨୦୨୩ ଏସିଆନ ଗେମ୍ସରେ ଭାରତ ବର୍ତ୍ତମାନ ୭୧ ପଦକ ପାଇଛି। ଏସିଆନ ଗେମ୍ସର ଏକ ସଂସ୍କରଣରେ ଏହା ହେଉଛି ଭାରତର ସର୍ବୋତ୍ତମ ପ୍ରଦର୍ଶନ। ଏହାପୂର୍ବରୁ ଏସିଆନ ଗେମ୍ସର ଏକ ସଂସ୍କରଣରେ ଭାରତ ସର୍ବାଧିକ ୭୦ ପଦକ ଜିତିଥିଲା। ଜାକର୍ତ୍ତାରେ ଆୟୋଜିତ ୨୦୧୮ ଏସିଆନ ଗେମ୍ସରେ ଭାରତ ଏହି ରେକର୍ଡ କରିଥିଲା। ସେତେବେଳେ ଭାରତ ୧୬ ଟି ସ୍ବର୍ଣ୍ଣ, ୧୩ଟି ରୌପ୍ୟ ଏବଂ ୩୧ ଟି ବ୍ରୋଞ୍ଜ ପଦକ ଜିତିଥିଲ। ୨୦୨୩ ଏସିଆନ ଗେମ୍ସରେ ଏ ପର୍ଯ୍ୟନ୍ତ ଭାରତ ୧୬ଟି ସ୍ବର୍ଣ୍ଣ, ୨୬ଟି ରୌପ୍ୟ ପଦକ ଏବଂ ୨୯ଟି ବ୍ରୋଞ୍ଜ ପଦକ ଜିତିଛି।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post