ଦୈନିକ ଖବର କାଗଜ ‘ସମ୍ବାଦ’ର ସମ୍ବାଦକୀୟ ମାଧ୍ୟମରେ ସୌମ୍ୟ ରାଜ୍ୟ ସରକାର ଓ ୫-ଟି ସଚିବଙ୍କୁ ନେଇ ଖୋଲାଖୋଲି ଟାର୍ଗେଟ୍ କରିଥିଲେ ।ତେବେ ପରବର୍ତ୍ତୀ ସମୟରେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗରେ ସୌମ୍ୟଙ୍କୁ ସେପ୍ଟେମ୍ବର ମାସ ୧୨ ତାରିଖରେ ବିଜେଡି ଉପସଭାପତି ପଦରୁ ହଟାଯାଇଥିଲା । ଏହାପରେ ସେପ୍ଟେମ୍ବର ୨୧ ତାରିଖରୁ ସୌମ୍ୟଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା । କର୍ମଚାରୀଙ୍କ ନାଁରେ ଲୋନ ଜାଲିଆତି କରିଥିବା ନେଇ ସୌମ୍ୟଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ସେହି ଆଧାରରେ ସୌମ୍ୟ ଓ ତାଙ୍କ ସଂସ୍ଥାର କିଛି କର୍ମଚାରୀଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ମାମଲା ରୁଜୁ କରାଯାଇଥିଲା ।ତେବେ ସୌମ୍ୟଙ୍କ ଭଳି ଜଣେ ପ୍ରଭାବଶାଳୀ ନେତାଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ୍ ରହିଥିବା ବେଳେ ଏହା ମଧ୍ୟରେ ସୌମ୍ୟ ‘ସମ୍ବାଦ’ର ସମ୍ପାଦକ ପଦ ଛାଡ଼ିଛନ୍ତି । ତେଣୁ କ’ଣ ପାଇଁ ସୌମ୍ୟ ଏହି ପଦକ୍ଷେପ ନେଲେ ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସୌମ୍ୟଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି । ଅତୀତରେ ସୌମ୍ୟ ଏନସିପି, ବିଜେପି, କଂଗ୍ରେସରେ ରହିବା ସହିତ ନିଜେ ‘ଆମ ଓଡ଼ିଶା ପାର୍ଟି’ ଗଠନ କରିଥିଲେ । ତେଣୁ ଆଗାମୀ ଦିନରେ ସୌମ୍ୟ ପୁଣି ଏକ ଦଳ ଗଠନ କରିବେ କି ଅନ୍ୟ କେଉଁ ରାଜନୈତିକ ଦଳରେ ଯୋଗଦେବେ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ଏହା ମଧ୍ୟରେ ସୌମ୍ୟ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହଙ୍କୁ ଭେଟିଥିବା ନେଇ କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମାତ୍ର ଏହି ସାକ୍ଷାତ ପଛର କାରଣ ନେଇ କିଛି ସ୍ପଷ୍ଟ ହୋଇନାହିଁ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post