ଅନେକ ସମୟରେ ଏପରି ହୋଇଥାଏ ଯେତେ ଚେଷ୍ଟା କଲେ ମଧ୍ୟ ଧନ ସଞ୍ଚୟ ହୋଇପାରିନଥାଏ। ଆଧ୍ୟାତ୍ମିକ ମାନ୍ୟତା ଅନୁଯାୟୀ, କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଅଯଥାରେ ଟଙ୍କା ଖର୍ଚ୍ଚ ହୋଇନଥାଏ। ମାନ୍ୟତା ଅନୁଯାୟୀ, ଆଙ୍ଗୁଠିରେ କଇଁଛ ମୁଦି ପିନ୍ଧିବା ଦ୍ୱାରା ଧନ ଟାଣି ହୋଇ ଆସିଥାଏ। ଏହାସହ ମା’ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇ ଥାଆନ୍ତି। ଏହାକୁ ଲୋକେ ପିନ୍ଧି ଥାଆନ୍ତି,ମାତ୍ର ଏହି ମୁଦିକୁ ପିନ୍ଧିବା ସମୟରେ କିଛି ନିୟମ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ନଚେତ୍ ଶୁଭଫଳ ମିଳିନଥାଏ। ଜାଣନ୍ତୁ..
ମୁଦି ତିଆରି କରିବାରେ ଧାତୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କଇଁଛ ମୁଦି ଚାନ୍ଦିରେ ତିଆରି ହେବା ଅତ୍ୟନ୍ତ ଉତ୍ତମ। ଅନ୍ୟ ଧାତୁରେ ତିଆରି କଇଁଛ ମୁଦି ଧାରଣ କରିବା ଦ୍ୱାରା ଶୁଭଫଳ ମିଳିନଥାଏ। ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ ଅନ୍ୟ ଧାତୁରେ ତିଆରି କଇଁଛ ମୁଦି ପିନ୍ଧି ପାରିବେ।ମୁଦି ଧାରଣ କରିବା ପୂର୍ବରୁ ଏହାର ଶୁଦ୍ଧତା ନିତାନ୍ତ ଜରୁରୀ। ସଠିକ୍ ଭାବେ ଶୁଦ୍ଧତା ପାଇଁ ଏହାକୁ ଗଙ୍ଗାଜଳ ଓ କ୍ଷୀରରେ ଧୁଅନ୍ତୁ।ଏହି ମୁଦିକୁ ପ୍ରଥମେ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରି ପୂଜା କରି ଏହାକୁ ଧାରଣ କରିବା ଦ୍ୱାରା ବିଶେଷ କୃପା ମିଳିଥାଏ।ଅନେକ ଲୋକେ ଏହାକୁ ପିନ୍ଧିବା ସମୟରେ ଦ୍ୱନ୍ଦ୍ୱରେ ଥାଆନ୍ତି। କଇଁଛର ମୁହଁ କେଉଁ ଆଡକୁ ରହିବା ନେଇ। ଏହାକୁ ପିନ୍ଧିବାର ସଠିକ୍ ଶୈଳୀ ହେଉଛି କଇଁଛର ମୁହଁ ନିଜ ଆଡକୁ ରହିବ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post
Next Post