ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ନୂଆ ରଣନୀତି ସହ ପ୍ରଚାରର ମଙ୍ଗୁଆଳ ସାଜିଛନ୍ତି ଖୋଦ ଦଳର ହାଇକମାଣ୍ଡ । ତେବେ ଏହି ନିର୍ବାଚନ ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ଼ ଗସ୍ତରେ ଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶ ଗସ୍ତରେ ରହିଛନ୍ତି । ଦଳୀୟ ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରିବା ସହ ଉଭୟେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ କରିଛନ୍ତି ।ଆଜି ବିଲାସପୁରର ସିପାଟ ରୋଡରେ ଥିବା ସାଇନ୍ସ କଲେଜ ପଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ନିର୍ବାଚନ ରାଲି (ପରିବର୍ତ୍ତନ ଯାତ୍ରା)ରେ ଉଦବୋଧନ ଦେଇ ଦଳର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ସହିତ ସେମାନଙ୍କୁ ବିଜୟର ମନ୍ତ୍ର ମଧ୍ୟ ଦେଇଥିଲେ। ଏହି ସାଧାରଣ ସଭାରେ କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯଦି କଂଗ୍ରେସ ପୁଣି କ୍ଷମତାକୁ ଆସେ, ତେବେ ଏହା ଛତିଶଗଡ଼ ଗାତରେ ପଡ଼ିବ। ସେ କହିଛନ୍ତି ଯେ ଛତିଶଗଡ଼ରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ଗରିବ ଲୋକଙ୍କୁ ସ୍ଥାୟୀ ଘର ଯୋଗାଇବା ଲାଗି ନିଷ୍ପତ୍ତି ନିଆଯିବ। କଂଗ୍ରେସ ଗରିବ ଲୋକଙ୍କୁ ଘୃଣା କରେ, ଓବିସିମାନଙ୍କୁ ଦୁର୍ବ୍ୟବହାର କରେ। ଯେତେବେଳେ ରାମନାଥଜୀଙ୍କୁ ରାଷ୍ଟ୍ରପତି କରାଯାଇଥିଲା, କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରିଥିଲା। ଯେତେବେଳେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା, କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରିଥିଲା। କଂଗ୍ରେସ ଲୋକଙ୍କ ସହ ପ୍ରତାରଣା କରିଛନ୍ତି। ଏହା ସହ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୋଦୀ ଅର୍ଥ ଗ୍ୟାରେଣ୍ଟି।ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମଧ୍ୟପ୍ରଦେଶର ଶାଜାପୁର ଜିଲାର କାଲାପିପାଲ ବିଧାନସଭା ନିର୍ବାଚନମଣ୍ଡଳୀରେ ପୋଲାଇକାଲାରେ ପହଞ୍ଚି ସେଠାରେ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମଧ୍ୟପ୍ରଦେଶ ହେଉଛି ଦେଶରେ ଦୁର୍ନୀତିର କେନ୍ଦ୍ର। ଏହା ଆମର ଆଦର୍ଶର ଲଢ଼େଇ। ଗୋଟିଏ ପଟେ କଂଗ୍ରେସ ଏବଂ ଅନ୍ୟ ପଟେ ଭାଜପା ତଥା ଆରଏସଏସ। ଗୋଟିଏ ପାର୍ଶ୍ୱରେ ଗାନ୍ଧିଜୀ ଏବଂ ଅନ୍ୟ ପଟେ ଗଡସେ । ଗୋଟିଏ ପାର୍ଶ୍ୱରେ ଘୃଣା ଏବଂ ଅନ୍ୟ ପଟେ ପ୍ରେମ ଅଛି। ଭାଜପା ଲୋକମାନେ ଯୁଆଡେ ଯାଆନ୍ତି ଘୃଣା ବିସ୍ତାର କରନ୍ତି। ମଧ୍ୟପ୍ରଦେଶର କୃଷକ ଏବଂ ଯୁବକମାନେ ସେମାନଙ୍କୁ ଘୃଣା କରିବା ଆରମ୍ଭ କରି ଦେଇଛନ୍ତି।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post
Next Post