ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ନୂଆ ରଣନୀତି ସହ ପ୍ରଚାରର ମଙ୍ଗୁଆଳ ସାଜିଛନ୍ତି ଖୋଦ ଦଳର ହାଇକମାଣ୍ଡ । ତେବେ ଏହି ନିର୍ବାଚନ ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡ଼ ଗସ୍ତରେ ଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶ ଗସ୍ତରେ ରହିଛନ୍ତି । ଦଳୀୟ ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରିବା ସହ ଉଭୟେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ କରିଛନ୍ତି ।ଆଜି ବିଲାସପୁରର ସିପାଟ ରୋଡରେ ଥିବା ସାଇନ୍ସ କଲେଜ ପଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ନିର୍ବାଚନ ରାଲି (ପରିବର୍ତ୍ତନ ଯାତ୍ରା)ରେ ଉଦବୋଧନ ଦେଇ ଦଳର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ସହିତ ସେମାନଙ୍କୁ ବିଜୟର ମନ୍ତ୍ର ମଧ୍ୟ ଦେଇଥିଲେ। ଏହି ସାଧାରଣ ସଭାରେ କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯଦି କଂଗ୍ରେସ ପୁଣି କ୍ଷମତାକୁ ଆସେ, ତେବେ ଏହା ଛତିଶଗଡ଼ ଗାତରେ ପଡ଼ିବ। ସେ କହିଛନ୍ତି ଯେ ଛତିଶଗଡ଼ରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ଗରିବ ଲୋକଙ୍କୁ ସ୍ଥାୟୀ ଘର ଯୋଗାଇବା ଲାଗି ନିଷ୍ପତ୍ତି ନିଆଯିବ। କଂଗ୍ରେସ ଗରିବ ଲୋକଙ୍କୁ ଘୃଣା କରେ, ଓବିସିମାନଙ୍କୁ ଦୁର୍ବ୍ୟବହାର କରେ। ଯେତେବେଳେ ରାମନାଥଜୀଙ୍କୁ ରାଷ୍ଟ୍ରପତି କରାଯାଇଥିଲା, କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରିଥିଲା। ଯେତେବେଳେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା, କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରିଥିଲା। କଂଗ୍ରେସ ଲୋକଙ୍କ ସହ ପ୍ରତାରଣା କରିଛନ୍ତି। ଏହା ସହ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ମୋଦୀ ଅର୍ଥ ଗ୍ୟାରେଣ୍ଟି।ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମଧ୍ୟପ୍ରଦେଶର ଶାଜାପୁର ଜିଲାର କାଲାପିପାଲ ବିଧାନସଭା ନିର୍ବାଚନମଣ୍ଡଳୀରେ ପୋଲାଇକାଲାରେ ପହଞ୍ଚି ସେଠାରେ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମଧ୍ୟପ୍ରଦେଶ ହେଉଛି ଦେଶରେ ଦୁର୍ନୀତିର କେନ୍ଦ୍ର। ଏହା ଆମର ଆଦର୍ଶର ଲଢ଼େଇ। ଗୋଟିଏ ପଟେ କଂଗ୍ରେସ ଏବଂ ଅନ୍ୟ ପଟେ ଭାଜପା ତଥା ଆରଏସଏସ। ଗୋଟିଏ ପାର୍ଶ୍ୱରେ ଗାନ୍ଧିଜୀ ଏବଂ ଅନ୍ୟ ପଟେ ଗଡସେ । ଗୋଟିଏ ପାର୍ଶ୍ୱରେ ଘୃଣା ଏବଂ ଅନ୍ୟ ପଟେ ପ୍ରେମ ଅଛି। ଭାଜପା ଲୋକମାନେ ଯୁଆଡେ ଯାଆନ୍ତି ଘୃଣା ବିସ୍ତାର କରନ୍ତି। ମଧ୍ୟପ୍ରଦେଶର କୃଷକ ଏବଂ ଯୁବକମାନେ ସେମାନଙ୍କୁ ଘୃଣା କରିବା ଆରମ୍ଭ କରି ଦେଇଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post